ଫଟୋକୁ ନେଇ ମତ ରଖିଲେ ଅଂଶୁ ତ୍ରିପାଠୀ

ଫଟୋକୁ ନେଇ ମତ ରଖିଲେ ଅଂଶୁ ତ୍ରିପାଠୀ

ଭୁବନେଶ୍ବର, ୨୩/୧୧ : କିଛିଦିନ ପୂର୍ବେ ରାଜଭବନରେ ଆୟୋଜିତ ବିଭାଜନ ବିଭିଷିକା ଦିବସ ଅବସରରେ ଯୋଗ ଦେଇଥିଲେ ମହିଳା ଉଦ୍ୟୋଗୀ ଅଂଶୁ ତ୍ରିପାଠୀ । ସେହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଥିଲେ । ଯେହେତୁ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ, ସେଥିପାଇଁ ସାଧାରଣଭାବେ ଫଟୋ ମଧ୍ୟ ଉଠାଯାଇଥିଲା। ହେଲେ କିଛି ବ୍ୟକ୍ତି ବିଶେଷ ଏହାକୁ ଅନ୍ୟଥା ନେଇଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋ ଏବଂ ମୋହନ ମାଝୀ ସହ ଫଟୋକୁ ମିଶାଇ ଭାଇରାଲ କରିବାରେ ଲାଗିଛନ୍ତି । ମୁଁ ଜଣେ ମହିଳା ଉଦ୍ୟୋଗୀ ହିସାବରେ ସମସ୍ତଙ୍କ ସହ ଫଟୋ ଉଠାଇବାର ଅଧିକାର ଅଛି । ଦଳୀୟ କାର୍ଯ୍ୟକ୍ରମରେ ମୁଁ ଯୋଗଦେଇନାହିଁ ବୋଲି ଅଂଶୁ ତ୍ରିପାଠୀ କହିଛନ୍ତି । ଏହି ଫଟୋକୁ ନେଇ ଅଯଥା ବୟାନବାଜି ନ ହେଲେ ଭଲ ହେବ ବୋଲି ମହିଳା ଉଦ୍ୟୋଗୀ ନିଜର ମତ ରଖିଛନ୍ତି ।