ବାଲେଶ୍ଵରରେ ହେବ ଯାତ୍ରା କମିଟି ମହାସଂଘର ସାଧାରଣ ସଭା

ଭୁବନେଶ୍ବର, ୨୭/୯ : ବାଲେଶ୍ଵରରେ ହେବାକୁ ଯାଉଛି ଯାତ୍ରା କମିଟି ମହାସଂଘର ସାଧାରଣ ସଭା । ଆସନ୍ତା ୨୯ତାରିଖରେ ବାଲେଶ୍ବରର ଝଡେଶ୍ଵରି ମନ୍ଦିର ପ୍ରାଙ୍ଗଣରେ ଥିବା ଆଦର୍ଶ ମଣ୍ଡପରେ ଏହି ବୈଠକ ହେବ । ଏ ନେଇ ସୂଚନା ଦେଇଛନ୍ତି ଯାତ୍ରା କମିଟି ମହାସଂଘର ରାଜ୍ୟ ସଂଯୋଜକ ଓ ଟ୍ରେଜେରର ମାନସ ରାୟ ସାମନ୍ତ ।
ଏହି ବୈଠକରେ ଆଗାମୀ ଦିନରେ କିଭଳି ଭାବେ ବାଲେଶ୍ବର ଜିଲ୍ଲାରେ ଯାତ୍ରା କମିଟି ମହାସଂଘକୁ ସୁଦୃଢ କରାଯିବ ସେ ନେଇ ଆଲୋଚନା ହେବ । ଏ ନେଇ ସମସ୍ତ ନେତୃବୃନ୍ଦମାନଙ୍କ ସହ ବିସ୍ତୃତ ଆଲୋଚନା କରାଯିବ । ମହାସଂଘ ସକ୍ରିୟ ସଭ୍ୟ ମାନସ ରାୟ ସାମନ୍ତ, ସୋମନାଥ ପଣ୍ଡା, ଉମାକାନ୍ତ ମିଶ୍ର, କୈଳାଶ ମହାନ୍ତି ପ୍ରମୁଖ ବାଲେଶ୍ବର ଜିଲ୍ଲାରେ ବୈଠକ ପାଇଁ ଆହ୍ବାନ କରିଛନ୍ତି । ସେହିଭଳି ପତିଆ ବାବୁ, ଗିରିଶ ବାବୁ, ବିପିନ ବାବୁ, କାଳିଆ ବାବୁ, ଅଜୀତ୍ ବାବୁ, ମାନସ ବାବୁ ଓ ଅନ୍ୟାନ୍ୟ ସକ୍ରିୟ ସଭ୍ୟଙ୍କୁ ନେଇ ବାଲେଶ୍ଵର ଜିଲ୍ଲାର ଏହି ବୈଠକ ଆୟୋଜନ କରାଯାଉଛି ।