‘ଓଡ଼ିଶା ଅପଡେଟ୍’ ଓ୍ବେବ ଚ୍ୟାନେଲର ପ୍ରଥମ ସ୍ବନକ୍ଷେତ୍ର ଉତ୍ସବ ପାଳିତ

‘ଓଡ଼ିଶା ଅପଡେଟ୍’ ଓ୍ବେବ ଚ୍ୟାନେଲର ପ୍ରଥମ ସ୍ବନକ୍ଷେତ୍ର ଉତ୍ସବ ପାଳିତ

ଭୁବନେଶ୍ବର,୨୫/୯ : ‘ଓଡ଼ିଶା ଅପଡେଟ୍’ ଓ୍ବେବ ଚ୍ୟାନେଲର ସ୍ବନକ୍ଷେତ୍ର ଉତ୍ସବ ପାଳିତ ହୋଇଯାଇଛି । ବୁଧବାର ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଏହି ଉତ୍ସବ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିବାବେଳେ ଏହାର ବିଷୟ ବସ୍ତୁ ଥିଲା ପ୍ଲାଷ୍ଟିକ୍ ମୁକ୍ତ ଭାରତ । ବହୁ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଚାରପତି ଭାବେ ଶିକ୍ଷାବିତ୍ ସବିତା ପଟ୍ଟନାୟକ, ସମାଜସେବୀ ସ୍ବାତୀ ମହାନ୍ତି, ଶିକ୍ଷୟିତ୍ରୀ ରଶ୍ମିରେଖା ଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ପରୁସ୍କାର ରାଶି ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହାପରେ ସେଠାରେ ଉପସ୍ଥିଥିବା ପିଲାମାନଙ୍କ ମଧ୍ୟରେ ଏକ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପିଲାମାନେ ନିଜର ଅନୂଭତି ସମ୍ପର୍କରେ କହିଥିଲେ।

ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହାର ବିଷୟ ବସ୍ତୁ ଥିଲା ‘ଆଜିର ଦୈନନ୍ଦିନ ଜୀବନରେ ସୋସିଆଲ ମିଡ଼ିଆର ପ୍ରଭାବ‘। ଏଥିରେ ଅତିଥି ଭାବେ ଓଲିଉଡ଼ ଅଭିନେତା ଚନ୍ଦନ କର ଏବଂ ଅମନଙ୍କ ସହ ବିଶିଷ୍ଟ ପରିବେଶ ବିତ୍ ସଞ୍ଜୟ ନାୟକ, ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକଙ୍କ ସମେତ ସ୍ବର୍ଣ୍ଣମୟୀ ରାଉତ ପ୍ରମୁଖ ଯୋଗଦେଇଥିଲେ। ‘ଆଜିର ଦୈନନ୍ଦିନ ଜୀବନରେ ସୋସିଆଲ ମିଡ଼ିଆର ପ୍ରଭାବ‘ ସମ୍ପକରେ ଅତିଥିମାନେ ନିଜ ନିଜର ମତ ରଖିଥିଲେ । ଏହାପରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ‘ଓଡ଼ିଶା ଅପଡେଟ’ର ସମ୍ପାଦକ ଟିକାୟତ ନାୟକ ମଞ୍ଚ ପରିଚାଳନା କରିଥିଲେ ।