ସଦସ୍ୟତା ଅଭିଯାନରେ ଓଡ଼ିଶାର ବିଦ୍ୟାର୍ଥୀମାନଙ୍କୁ ଅଧିକ ସଂଖ୍ୟାରେ ଯୋଡ଼ି ହେବାକୁ ଏବିଭିପିର ଆହ୍ଵାନ

ସଦସ୍ୟତା ଅଭିଯାନରେ ଓଡ଼ିଶାର ବିଦ୍ୟାର୍ଥୀମାନଙ୍କୁ ଅଧିକ ସଂଖ୍ୟାରେ ଯୋଡ଼ି ହେବାକୁ ଏବିଭିପିର ଆହ୍ଵାନ

ସମ୍ବଲପୁର,୨୧/୭ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚଳିତ ଶିକ୍ଷା ବର୍ଷରେ ଓଡିଶାରେ  ଏହାର ଲକ୍ଷ ୫୦ହଜାର ସଦସ୍ୟତା କରିବାକୁ ଲକ୍ଷ୍ୟ ରଖିଛି   l ସେହିପରି ସମ୍ବଲପୁର ଜିଲ୍ଲାରେ ୧୦ହଜାରରୁ ର୍ଦ୍ଧ୍ବ ସଦସ୍ୟତା କରିବା ଲକ୍ଷ୍ୟକୁ ପୁରଣ କରିବ ବୋଲି ସମ୍ବଲପୁର ସହର ସାମ୍ବାଦିକ ଭାବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଜାରି ରହିବ l

ସେହିପରି ଓଡ଼ିଶାରେ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି l ତେଣୁ ଛାତ୍ରଛାତ୍ରୀଙ୍କ ମନରେ  ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି l ବ୍ୟକ୍ତିତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ଅଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନର ବାଟ ଫିଟିବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି l ତେବେ  ନୂତନ ସରକାର ଓଡିଶାରେ ଛାତ୍ର ସଂସଦ ନିର୍ବାଚନର ବାଟ ଖୋଲିବେ ବୋଳି ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଚଳିତ ବର୍ଷର ସଦସ୍ୟତା ଅଭିଯାନରେ ଓଡ଼ିଶାର ବିଦ୍ୟାର୍ଥୀମାନେ ଅଧିକ ସଂଖ୍ଯାରେ ଯୋଡି ହୋଇ ଏବିଭିପିର ସଦସ୍ୟ ହୁଅନ୍ତୁ ବୋଲି ଏବିଭିପି ଆହ୍ଵାନ କରୁଛି l ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ବେତାଂଶୁ ସେଖର ବାରାଇ, ରାଜ୍ୟ ସହସଂପଦକ ସିମ୍ରନ୍ ପ୍ରଧାନ, ରାଜ୍ୟ ବିଶ୍ଵବିଦ୍ୟାଳୟ ସହ ସଂଯୋଜକ ୟସ ତିୱାରୀ, ବିଭାଗ ସଂଯୋଜକ ପ୍ରିତିସ କର, ଜିଲ୍ଲା ସଂଯୋଜକ ପ୍ରୀୟଂସୁ ମେହେର, ନଗର ମିଡ଼ିଆ ସଂଯୋଜକ ନୀତେଶ ପାଣିଗ୍ରାହୀ ଉପସ୍ଥିତ ଥିଲେ l