ଭୂଦାନରେ ତାଳ ମଞ୍ଜି ରୋପଣ

କେନ୍ଦ୍ରାପଡ଼ା, ୨୧/୭ : ପରିବେଶର ସନ୍ତୁଳନ ପାଇଁ ତାଳ ଗଛର ଆବଶ୍ୟକତା ରହିଛି ବୋଲି ପରିବେଶବିତମାନେ ମତ ରଖନ୍ତି । ଗତ କିଛି ବର୍ଷ ଭିତରେ ଘଡଘଡି ଜନିତ ଅପମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପୂର୍ବରୁ ତାଳ ଗଛ ଥିବାରୁ ଘଡଘଡି ପ୍ରାୟ ଆୟତ୍ତରେ ଥିଲା । ଏହି ଗଛ ସଂଖ୍ୟା କମିଯିବାରୁ ଏବେ ବିଭିନ୍ନ ସ୍ଥାନରେ ଘଡଘଡି ପଡୁଛି । ଆମର ଜନଜୀବନ ନଷ୍ଟ ହେଉଛି । ଏହି ପରିସ୍ଥିତି ଅନୁଧ୍ୟାନ କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ଅନ୍ତର୍ଗତ ତାଳବଣିଆ ଅଞ୍ଚଳର ଭୂଦାନ ଜଙ୍ଗଲରେ ତାଳ ମଞ୍ଜି ରୋପଣ କରାଯାଇଛି।
ପ୍ରାୟ ପ୍ରଥମ ପର୍ଯ୍ୟାୟରେ ଏକ ଶତ ମଞ୍ଜି ରୋପଣ କରାଯାଇଛି । ଏହି କାର୍ଯ୍ୟକୁ ଅଞ୍ଚଳବାସୀମାନେ ଭୂୟସି ପ୍ରଶଂସା କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ଦମନ ମହାନ୍ତି ଆୟୋଜନ କରିଥିବାବେଳେ ସେ ଅଂଚଳର ପିଲାମାନେ ସହଯୋଗ କରିଥିଲେ। ସହଯୋଗ କରିଥିବା ପିଲାମାନେ ହେଲେ ଲିପୁନ ବେହେରା, ଓମ୍ ପ୍ରକାଶ ନାୟକ, ସତ୍ୟ ରଞ୍ଜନ ପଳାଇ, ଅମିତ୍ ସାମଲ, କ୍ରୀଷ୍ଣା ବାହାଦୁର, ପୀୟୂଷ ପାତ୍ର, ଓମ୍ ପାଇକରାୟ, ସୌମ୍ୟ ରଞ୍ଜନ ପାଣି, ସୌମ୍ୟଜିତ୍ ମହାପାତ୍ର, ଚନ୍ଦନ ମହାରଣା।