‘କୁଲୀ’ର ଟିଜର ଆଉଟ୍, ସୋସିଆଲ ମିଡ଼ିଆରେ ଧୁମ୍ ମଚାଇଲା

‘କୁଲୀ’ର ଟିଜର ଆଉଟ୍, ସୋସିଆଲ ମିଡ଼ିଆରେ ଧୁମ୍ ମଚାଇଲା

ନୂଆଦିଲ୍ଲୀ, ୨୩/୪ : ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଂ ଫିଲ୍ମ ‘କୁଲୀ’ର ଟିଜର ଆଉଟ ହୋଇଯାଇଛି । ଏହା ରଜନୀଙ୍କ ୧୭୧ତମ ଫିଲ୍ମ ହେବ । ଟିଜରରେ ରଜନୀ ସିଗ୍ନେଚର ଷ୍ଟାଇଲରେ ନଜର ଆସୁଛନ୍ତି । ସେ ଗୁଣ୍ଡାମାନଙ୍କ ମୁଣ୍ଡକୁ ଚେନରେ ପିଟୁଥିବା ଦେଖାଯାଉଛନ୍ତି। ଟିଜରର ଏକ ସିନରେ ରଜନୀ, ଗୋଲ୍ଡ ବାର୍ସ ଏବଂ ଡଲାର ଉପରେ ଶୋଇ ରହିଛନ୍ତି । ମେକର୍ସ ଫିଲ୍ମର କାହାଣୀକୁ ତ ରିଭିଲ କରି ନାହାନ୍ତି, ବରଂ ଏତିକି ଇସାରା ଜରୁର ମିଳୁଛି କି ‘କୁଲୀ’ ଏକ ଆକ୍ସନ ଫିଲ୍ମ ହେବ । 

କୁଲୀର ଟିଜର ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ସାଉଣ୍ଟିବାରେ ଲାଗିଛି । ରିଲିଜର ୨୧ଘଣ୍ଟା ଭିତରେ ଏହାକୁ ୟୁଟ୍ୟବୁରେ ପ୍ରାୟ ୫ଲକ୍ଷ ଭ୍ୟୁଜ ମିଳି ଯାଇଛି । ଏହା ଟପ ୭ରେ ଟ୍ରେଣ୍ଡ କରିବାରେ ଲାଗିଛି ।