ରଥଯାତ୍ରା ପାଇଁ ପୁରୀକୁ ଗଡିବ ହଜାରେ ବସ୍

ପୁରୀ, ୩୧/୫ : ରଥଯାତ୍ରାରେ ପୁରୀକୁ ଗଡ଼ିବ ହଜାରେ ବସ୍ । ପୁରୀ ତାଳବଣିଆ ଏବଂ ମାଳତୀପାଟପୁରରେ ବସ୍ ପାର୍କିଂର ବ୍ୟବସ୍ଥା କରାଯାଇଛି । ଘରୋଇ ବସ୍ ମାଲିକ ସଂଘର ବୈଠକରେ ଏମିତି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ବସ୍ ରହଣିସ୍ଥଳରୁ ବଡ଼ଦାଣ୍ଡକୁ ଶହେଟି ବ୍ୟାଟେରୀ ଚାଳିତ ଗାଡି ଚଳାଚଳ କରିବ । ଧାର୍ଯ୍ୟ ଭଡ଼ା ଠାରୁ ଗାଡି ମାଲିକ ଅଧିକ ଭଡ଼ା ନ ନେବାକୁ ନିର୍ଦ୍ଦେଶ ରହିଛି ।