ସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କଲେ ପାରଳାଖେମୁଣ୍ଡି ବିଧାୟକ

ସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କଲେ ପାରଳାଖେମୁଣ୍ଡି ବିଧାୟକ

ଭୁବନେଶ୍ବର, ୧୫/୧ : ପାରଳାଖେମୁଣ୍ଡିରେ ଯୁବ ବିଧାୟକଙ୍କର କର୍ତ୍ତବ୍ୟ ନିଷ୍ଠା ଏବଂ ନିରନ୍ତର ଲୋକମାନଙ୍କ ସଂସ୍ପର୍ଶରେ ଆସି ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରୁଥିବାବେଳେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଅନେକ ଦିନରୁ ବିପର୍ଯ୍ୟସ୍ତ ଅବସ୍ଥାରେ ଅକାମୀ ହୋଇ ପଡ଼ି ରହିଥିବା ୬୦ଟି ଅକ୍ସିଜେନ୍‌ ପ୍ଲାଣ୍ଟ ଦେଖିବାକୁ ପାଇଥିଲେ । ନିଜସ୍ୱ ୫ଲକ୍ଷ ଟଙ୍କା ଖର୍ଚ୍ଚରେ ଏହାକୁ ପୁନଃରୁଦ୍ଧାର କରି ପୁଣି ଚଳଚଞ୍ଚଳ କରାଇଛନ୍ତି ।

ଏହାଦ୍ୱାରା ଶତାଧିକ ରୋଗୀ ବାହାରକୁ ଯାଇ ଚିକିତ୍ସିତ ହେଉଥିବା ଖବରପାଇ ଦୁଃଖ ପ୍ରକାଶ କରି ନିଜେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଚିକିତ୍ସାଳୟର କର୍ତ୍ତୃପକ୍ଷମାନେ ବିଧାୟକଙ୍କୁ ଖୁବ୍‌ ଅନୁରୋଧ କରିଥିଲେ । କାରଣ ଏଠାରେ କୁହାଯାଇପାରେ କି, ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କର ତିନି ତିନୋଟି ମେଡ଼ିକାଲ କଲେଜ ଏବଂ ଚିକିତ୍ସାକ୍ଷେତ୍ରରେ ଅନେକ ଦକ୍ଷତା ଥିବାର ପରିପ୍ରକାଶ ପାଏ ।

ତେଣୁ ଏହାର ସାହାଯ୍ୟ ସହଯୋଗ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଚିକିତ୍ସାଳୟର କର୍ତ୍ତୃପକ୍ଷ ଅନୁରୋଧ କରିବାରୁ ବିଧାୟକ ଏହାର ମରାମତି କରି ବୁଦ୍ଧିଜିବୀ ମହଲରେ ଅନେକ ପ୍ରଶଂସାର ପାତ୍ର ହେବା ସହିତ ରୋଗୀଙ୍କ ମୁହଁରେ ହସ ଫୁଟାଇଛନ୍ତି ।