ବିଜେପିର କାର୍ଯ୍ୟକାରୀ ସଭାପତି ହେଲେ ନବୀନ
ନୂଆଦିଲ୍ଲୀ,୧୪/୧୨ : ବିଜେପିର କାର୍ଯ୍ୟକାରୀ ସଭାପତି ହେଲେ ନୀତିନ ନବୀନ । ବଡ଼ ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହୋଇଛନ୍ତି ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି । ବିଜେପି ସଂସଦୀୟ ବୋର୍ଡ଼ରେ ନୀତିନ ନବୀନଙ୍କ ନାଁ ଘୋଷଣା କରାଯାଇଛି । ବିହାର ସରକାରରେ ମନ୍ତ୍ରୀ ଅଛନ୍ତି ନୀତିନ ନବୀନ ।
ତାଙ୍କର ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ। ରାଷ୍ଟ୍ରୀୟ ସଭାପତି ହେବା ପୂର୍ବରୁ ଜେପି ନଡ୍ଡାଙ୍କୁ ମଧ୍ୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଥିଲା। ନୀତିନ ନବୀନଙ୍କ ବୟସ ୪୫ ବର୍ଷ ଏବଂ ତାଙ୍କର ସରକାର ଏବଂ ସଂଗଠନରେ ଯଥେଷ୍ଟ ଅଭିଜ୍ଞତା ରହିଛି ।

Editor 


