ବିଜେବି ସାମ୍ବାଦିକତା ବିଭାଗର ଦ୍ବିତୀୟ ବାର୍ଷିକ ଉତ୍ସବ

ବିଜେବି ସାମ୍ବାଦିକତା ବିଭାଗର ଦ୍ବିତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ବର,୧୪/୧୨ : ଶୀତୁଆ ପରିବେଶରେ ରବିବାର ଭୁବନେଶ୍ବର ଉପକଣ୍ଠ ଧଉଳି ପାଦ ଦେଶରେ BJB MAJMC Alumni Association ପକ୍ଷରୁ ତାର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ୨୦୨୫ ଉନ୍ମୋଚନ ହୋଇଛି । ଶତାଧିକ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ଲିଖିତ ସୃଜନାତ୍ମକ ଆଲେଖ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି । ଏହାକୁ ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ବିଭୂତି ନାୟକଙ୍କ ସମେତ ସଭାପତି ଦିଲ୍ଲୀପ କୁମାର ରାଉତ, ଉପସଭାପତି ସୁବ୍ରତ କୁମାର ନାୟକ, ସାଧାରଣ ସମ୍ପାଦକ ଲିପୁନ୍ କୁମାର ପରିଡ଼ା, ଯୁଗ୍ମ ସମ୍ପାଦକ ବିବର୍ତ୍ତନ ପଣ୍ଡା, ଶାନ୍ତସ୍ୱରୂପ ରାଉତ, ରଶ୍ମି ରଞ୍ଜନ ରାଉତ, ସୁପ୍ରିୟା ରାଉତରାୟ ଏବଂ ଲିପ୍ସା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।

ଏହାପରେ ଅନୁଷ୍ଠାନର ପ୍ରାରମ୍ଭିକ ଶିକ୍ଷା ବର୍ଷର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ୨୦୨୫ ମସିହାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ମିଳିତ ଭାବେ ସାମୂହିକ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ହୋଇଥିଲା। ଏହାସହ ସଭିଏଁ ନାଚ ଗୀତ ଖେଳ କୁଦ ଓ ସୁସ୍ୱାଦୁ ବ୍ୟଞ୍ଜନର ମଜା ନେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସ୍ମୃତି ପ୍ରିୟଦର୍ଶନୀ, ଅତୁଲ୍ୟ ବାଉତ, ଶ୍ୟାମାକାନ୍ତ ସାହୁ ଏବଂ କାର୍ଯ୍ୟକାରୀ ସଦସ୍ୟ ଆଶୁତୋଷ ପାଣି, ରଘୁନାଥ ସାହୁ, ସନ୍ଦୀପ ଦାସ , ଦୀପକ ପ୍ରଧାନ, ସୁନୀତା ଜେନା, ସରୋଜ ହୋତା, ନିଶିକାନ୍ତ ତାରେଣିଆ ଏବଂ ଶତାଧିକ ସଂଖ୍ଯାରେ ସାଥୀ ସହଯୋଗୀ ପ୍ରମୁଖ ଯୋଗଦେଇଥିଲେ।