ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ
ଭୁବନେଶ୍ବର,୧୩/୧୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ ବୋଲି ଲେଖିଲେ ନବୀନ । ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଦରମା କହିଲେ ନବୀନ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାବାସୀଙ୍କର ଅକୁଣ୍ଠିତ ସମର୍ଥନ ପାଇଥିଲେ।
୨୦୧୫ରୁ ମୋ ପରିବାର କଟକ ସ୍ଥିତ ପୈତୃକ ଘର ଆନନ୍ଦ ଭବନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି।

Editor 


