ବିଜେପି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜେପି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୁଣ୍ଟା, ୧୩/୮ : ଗୋପବନ୍ଧୁନଗର ବ୍ଲକ ଭାଜପା ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ବ୍ଲକ ସଭାପତି ପ୍ରଦୀପ ପୋଥାଳ ଓ ଯୁବମୋର୍ଚ୍ଚା ସଭାପତି ହିମାଂଶୁ ଶେଖର ବେହେରାଙ୍କ ନେତୃତ୍ୱରେ ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରୁ ଦଳର କର୍ମୀମାନେ ଏକତ୍ରୀତ ହୋଇ ଜନସାଧାରଣଙ୍କୁ ପରିବେଶ ସ୍ବଛତା ଓ ଏହାର ଉପକାରିତା ସଂପର୍କରେ ବିସ୍ତୃତ ଭାବେ ସଚ଼େତନ କରାଇଥିଲେ ।

ପରେ କର୍ମୀମାନେ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରର ଓ ଚିକିତ୍ସା କେନ୍ଦ୍ରରେ ଥିବା ଶୌଚ଼ାଳୟ ଗୁଡ଼ିକୁ ସଫେଇ କରିବାସହ ଚିକିତ୍ସା କେନ୍ଦ୍ରରେ ଉପସ୍ଥିତ ଥିବା ରୋଗୀ ଓ ତାଙ୍କର ସଂପର୍କୀୟ ମାନଙ୍କୁ ପରିବେଶ ସୁରକ୍ଷାପାଇଁ ସ୍ୱଚ୍ଛତା ଅପରିହାର୍ଯ ବୋଲି ସୁଚ଼ାଇଥିଲେ I ଏବଂ ଏହି ସ୍ୱଚ୍ଛତା ର ବାର୍ତ୍ତାକୁ ଗ୍ରାମମାନଙ୍କରେ ରହୁଥିବା ଜନସାଧାରଣଙ୍କୁ ସଚ଼େତନ କରାଇବା ପାଇଁ ନିବେଦନ କରିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ କର୍ମକର୍ତ୍ତା ହରିଶ୍ ରାଉତ , ଦିନେଶ ଚୌଧୁରୀ , ସନ୍ତୋଷ ମହାନ୍ତିଙ୍କ ସମେତ ବହୁସଂଖ୍ୟକ କର୍ମୀ ଯୋଗଦେଇଥିଲେ ।