ସମ୍ବଲପୁରରେ ଚାଷୀ ଅସନ୍ତୋଷ, ଖରିପ ଋତୁ ପାଇଁ ଚାଷୀ ପଞ୍ଜିକରଣ ତାରିଖ ବୃଦ୍ଧି କରିବାକୁ ଦାବି

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୧୩/୮ : ସମ୍ବଲପୁରରେ ଚାଷୀ ଅସନ୍ତୋଷ l ଚଳିତ ଖରିଫ ଋତୁ ପାଇଁ ଚାଷୀ ମାନଙ୍କ ପଞ୍ଜିକରଣ ର ଶେଷ ତାରିଖ ଆସନ୍ତା ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇଛି l ତେବେ ଏନେଇ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ର ଚାଷୀ ଅସନ୍ତୋଷ ଜାହିର କରିଛନ୍ତି l ଏଥିପାଇଁ ଆଜି କୃଷକ ସୁରକ୍ଷା ସଂଗଠନ ର ପ୍ରମୁଖ ସଦସ୍ୟ ଉମେଶ ମିଶ୍ର, ବ୍ୟୋମକେଶ ଠାକୁର ଙ୍କ ନେତୃତ୍ୱ ରେ ଚାଷୀ ମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ସରକାର ଙ୍କ ଏଭଳି ନିଷ୍ପତିରେ ନିଜର ଅସନ୍ତୋଷ ଜାହିର କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସହ ଆଲୋଚନା କରି ପଞ୍ଜିକରଣ ଅବଧିକୁ ବୃଦ୍ଧି କରିବାକୁ ଦାବୀ କରିଛନ୍ତି l
ଆସନ୍ତା ୧୫ତାରିଖ ପୂର୍ବରୁ ଏହି ଅବଧି ବୃଦ୍ଧି କରିବାକୁ କୃଷକ ସଂଗଠନ ର ସଦସ୍ୟ ମାନେ ଦାବୀ କରିଛନ୍ତି l ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀ ଙ୍କ ଦାବୀ କୁ ସରକାର ପାଖକୁ ପଠେଇ ଦିଆଯିବ ବୋଲି କହିଛନ୍ତି l ଚାଷୀ ନେତା ବ୍ୟୋମକେଶ ଠାକୁର ଅଭିଯୋଗ କରିଛନ୍ତି ଯେ ଚଲିତ ବର୍ଷ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା l ଏଥିପାଇଁ ଚାଷ କାର୍ଯ୍ୟ ୧୫ ଦିନ ପଛରେ ଚାଲିଛି l ଏଭଳି ସ୍ଥିତି ରେ ଚାଷୀ ଚାଷ ଜମିରେ ସଂଘର୍ଷ କରୁଥିବା ବେଳେ ଏତେ କମ ସମୟ ଭିତରେ କେତେବେଳେ ପଞ୍ଜିକରଣ କରିବାକୁ ଆସିବ l ତେଣୁ ପଞ୍ଜିକରଣ ର ଶେଷ ତାରିଖ କୁ ବୃଦ୍ଧି କରା ଯିବାକୁ ଦାବୀ କରିଛି କୃଷକ ସଂଗଠନ l