କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି : ମହମ୍ମଦ ମୋକିମ

କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି : ମହମ୍ମଦ ମୋକିମ

ଭୁବନେଶ୍ବର,୧୮/୧୨ : ଏ ଆଇସିସିର କିଛି ବରିଷ୍ଠ ନେତା ଯୋଗାଯୋଗ କରିଛନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ମହମ୍ମଦ ମୋକିମ କହିଛନ୍ତି । ତେବେ ଏଆଇସିସିକୁ ସେ ଯେଉଁ ଚିଠି ଲେଖିଥିଲେ ତାର ପ୍ରଭାବ ନିଶ୍ଚୟ ପଡିବ । ଚିଠି ମାଧ୍ୟମରେ ଅନେକ ଅକୁହା କଥା କୁହା ହୋଇଛି, କଂଗ୍ରେସରେ ନିଶ୍ଚିତ ସୁଧାର ଆସିବ ବୋଲି କହିଛନ୍ତି ମୋକିମ ।

ମୋକିମ କହିଛନ୍ତି, କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି । ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି । ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି । ମୋ ଚିଠିର ପ୍ରଭାବ ପଡିଛି , ଆଶା କରୁଛି ତର୍ଜମା କରାଯିବ । କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ । ମୁଁ ରାଜନୀତି କରୁଛି, ଆଗାମୀ ଦିନରେ କରିବି । ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି ବୋଲି କହିଛନ୍ତି ମହମ୍ମଦ ମୋକିମ । 

ସୂଚନାଯୋଗ୍ୟ ଯେ, ଗତ ୧୧ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ ।