ଦୁର୍ଦ୍ଦିନରେ ପଞ୍ଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀ ; ସରକାରଙ୍କ ବୈମାତୃକ ମନଭାବକୁ ନେଇ ଅସନ୍ତୋଷ

ଦୁର୍ଦ୍ଦିନରେ ପଞ୍ଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀ ;  ସରକାରଙ୍କ ବୈମାତୃକ ମନଭାବକୁ ନେଇ ଅସନ୍ତୋଷ

ଖୁଣ୍ଟା,୨୦/୧୦ : ପଞ୍ଚାୟତରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ଗୋପବନ୍ଧୁ ନଗର ବ୍ଲକ ଶାଖା ପକ୍ଷରୁ ସାନ ଖୁଣ୍ଟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଂଘର ବ୍ଲକ ସଭାପତି ଭୈରବ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଜିଲ୍ଲା ସମ୍ପାଦକ ଦିବାକର ବିନ୍ଧାଣୀ, କୋଷାଧ୍ୟକ୍ଷ ଶଶିଧର ରାଉତ, ମାନସ ବିନ୍ଧାଣି ପ୍ରମୁଖ ଯୋଗଦେଇ ପଞ୍ଚାୟତରେ କାର୍ଯ୍ୟରତ ପିଅନ, ରାତ୍ର ଜଗୁଆଳି ଓ ଝାଡ଼ୁଦାରମାନେ ବିଭିନ୍ନ ସମସ୍ୟା ଦେଇ ଗତି କରି ଆସୁଥିଲେ ମଧ୍ୟ ସରକାର ସଂପୃକ୍ତ କର୍ମଚାରୀମାନଙ୍କ ପ୍ରତି ବୈମାତୃକ ମନଭାବ ପୋଷଣକୁ ତୀବ୍ର ସମାଲୋଚନା କରିଥିଲେ ।

ରାଜ୍ୟ ସରକାର ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଥିଲେ ମଧ୍ୟ ଏମାନଙ୍କ  କ୍ଷେତ୍ରରେ ଉଦାସୀନତା ଓ ବୈମାତୃକ ମନୋଭାବ ପୋଷଣକୁ ସଂଘ ପକ୍ଷରୁ ସଦସ୍ୟମାନଙ୍କୁ ବିରୋଧ କରାଯାଇଥିଲା । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ମିଳୁଛି । ଏପରିକି ସରକାରଙ୍କ ଶ୍ରମ ନିୟୋଜନ ବିଭାଗ ଦ୍ୱାରା ଧାର୍ଯ୍ୟ ସର୍ବ ନିମ୍ନ ମଜୁରୀ ପାଇବାରୁ ମଧ୍ୟ ବଞ୍ଚିତ ରହୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ବର୍ଷ ବର୍ଷ ଧରି ଏହି କର୍ମଚାରୀମାନେ କେଉଁଠି ୫ଶହ ତ କେଉଁଠି ୩ହଜାର ପାରିଶ୍ରମିକ ପାଇ କାର୍ଯ୍ୟ କରି ଆସୁଛନ୍ତି । ତାହା ପୁଣି ପ୍ରତ୍ୟେକ ମାସକୁ ମାସ ପାଇବାରୁ ମଧ୍ୟ ବଞ୍ଚିତ ହେଉଥିବାରୁ ପରିବାର ଭୋରଣପୋଷଣରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ।

ଏପରିକି ୨୦୦୮ମସିହାରେ ପଞ୍ଚାୟତ ସେକ୍ରେଟେରୀମାନଙ୍କୁ ପଦୋନ୍ନତି ଦେଇ ଭିଏଲଡ଼ବ୍ଲୁ କରାଯାଇଥିଲେ ସୁଧା ଏମାନଙ୍କ ପ୍ରତି ସରକାର ସେଭଳି କିଛି ପଦକ୍ଷେପ ଗ୍ରହଣ କରୁ ନଥିବାକୁ  ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଯାହାକୁ ନେଇ ସମାନ କାମକୁ ସମାନ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ସହ ରାଜ୍ୟ ବଜେଟରେ ସ୍ୱତନ୍ତ୍ର ବଜେଟ ରଖିବା, ୨୦୧୪ ମସିହା ୧୨୫ ନିୟମକୁ ଉଚ୍ଛେଦ ସହ ୧୯୬୪ମସିହା ୧୨୩ ଆଇନକୁ ସଂଶୋଧନ, ଇତ୍ୟାଦି ଦାବି କରିବା ସହ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଚିଠି ନମ୍ବର ୧୨୮୩ ତା ୪/୯/ ୨୪ ଅନୁଯାୟୀ ପଞ୍ଚାୟତର ରକ୍ଷଣାବେକ୍ଷଣ, ସଫେଇ ଇତ୍ୟାଦି କାର୍ଯ୍ୟ କରିବା ପାଇଁ ଏକ ହଜାର ଲେଖାଏଁ ଟଙ୍କା ୩ ପର୍ଯ୍ୟାୟରେ ଆସିଥିବା ଅର୍ଥ କେତେକ ପଞ୍ଚାୟତରେ ପ୍ରଦାନ କରାଯାଉ ନ ଥିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏହି ଦାବି ଗୁଡିକ ଯଥାଶୀଘ୍ର ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ଏହି ବୈଠକରେ ସର୍ବସମ୍ମତ୍ତି କ୍ରମେ ମାନସ କୁମାର ବିନ୍ଧାଣୀଙ୍କୁ ସମ୍ପାଦକ ଭାବେ ୟନ କରାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।