ମୟୁରଭଞ୍ଜ ଜିଲ୍ଲା କୃଷକ ମହାସଂଘର ସମାବେଶ ; କୃଷକ ବିକାଶ ପାଇଁ ଆନ୍ଦୋଳନର ଆବଶ୍ୟକ

ମୟୁରଭଞ୍ଜ ଜିଲ୍ଲା କୃଷକ ମହାସଂଘର ସମାବେଶ ; କୃଷକ ବିକାଶ ପାଇଁ ଆନ୍ଦୋଳନର ଆବଶ୍ୟକ

ଖୁଣ୍ଟା , ୨୦/୧୦ : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକର ଶିଳଘାଟୀ ପଞ୍ଚାୟତ ଅଧିନ ଡାହାଣୀବୁଡା ଗ୍ରାମ ଠାରେ ମୟୁରଭଞ୍ଜ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଜିଲ୍ଲା କୃଷକ ମହାସଂଘର ସଭାପତି କମଳାକାନ୍ତ ମହାକୁଡ଼ଙ୍କ ସଭାପତିତ୍ୱରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର କୋଷାଧ୍ୟକ୍ଷ ଜୟଦୀପ ସାହୁ, ଶିଳଘାଟୀ ପଞ୍ଚାୟତ ସମ୍ପାଦକ କୁଆଁର ଟୁଡ଼ୁ, ଉଦୟନାଥ ଟୁଡ଼ୁ, ରଘୁନାଥ ଟୁଡ଼ୁ, କୁଶଳଦା ପଞ୍ଚାୟତ ସଭାପତି ପରମାନନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ କୃଷି ଓ କୃଷକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏବେ କୃଷି ଓ କୃଷକର ବିକାଶ କେବଳ ଭାସଣବାଜୀରେ ସୀମିତ ହୋଇ ରହିଯାଇଛି ଚାଷୀ ପରିବାର ପୀଢି ପରେ ପୀଢି ଚାଷ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ତାର ଆର୍ଥୀକ ବିକାଶ ଅଦ୍ୟାବଧି ହୋଇପାରୁ ନାହିଁ

ଚାଷୀ ଟିଏ ବିଭିନ୍ନ ସ୍ତରରେ ଅବହେଳିତ ଓ ଶୋଷଣର ଶିକାର ହେଉଛି ବୋଲି ଅତିଥିଗଣ ଅଭିଯୋଗ ଆଣିଥିଲେ । ଏପରିକି ଚାଷୀମାନଙ୍କ ବିକାଶ କଥା କହି ବିଭିନ୍ନ ରାଜନୈତିକ ଦଳ କ୍ଷମତାକୁ ଆସୁଥିଲେ ମଧ୍ୟ କୃଷକ ଓ କୃଷି ପାଇଁ ଥିବା ସେମାନଙ୍କର ଉତ୍ତର ଦାୟିତ୍ଵ କଥାକୁ ଭୂଲି ଯାଉଛନ୍ତି ନେତୃଗଣ । ଏଣୁ କୃଷକମାନଙ୍କ ବିକାଶ ପାଇଁ ଏହି ସଂଗଠନ ସର୍ବଦା ତାର ଚେଷ୍ଟା ଜାରି ରଖିଛି । ତେଣୁ ଅଧିକରୁ ଅଧିକ ଚାଷୀ ସଂଗଠନରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ ।

ସେହିପରି କୃଷି ଓ କୃଷକର ବିକାଶ ପାଇଁ କୃଷକମାନଙ୍କୁ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସଂଗଠନର ନେତୃଗଣ ବୈଠକରେ ଯୋଗ ଦେଇଥିବା  କୃଷକମାନଙ୍କୁ ଆହ୍ବାନ ଦେଇଥିଲେ । ଏହି କୃଷକ ସମାବେଶରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୩ଶହରୁ ଉର୍ଦ୍ଧ କୃଷକ ଯୋଗଦେଇଥିଲେ । ଏହି ସଭାର ମୁଖ୍ୟତଃ କୃଷକ ମାନଙ୍କ ଅଧିକାର, କୃଷି ଯନ୍ତ୍ରପାତି, ଜଳସେନର ବ୍ୟବସ୍ଥା, ଏବଂ ୪୦ ରୁ ୬୦ ବର୍ଷର କୃଷକ ମାନଙ୍କୁ ମାସିକ ୫ହଜାର ଟଙ୍କାର ପେନସନ ପ୍ରଦାନ ଇତ୍ୟାଦି ଦାବି କରାଯାଇ ଥିଲା | ଏହି ପରିପେକ୍ଷୀରେ ନୂତନ ଓ ପୁରାତନ ସଭ୍ୟ ମାନଙ୍କୁ ସଂଗଠନ ପକ୍ଷରୁ କୃଷକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l