ଟି-୨୦କ୍ରିକେଟରୁ ଷ୍ଟାର୍କଙ୍କ ଅବସର

ଟି-୨୦କ୍ରିକେଟରୁ ଷ୍ଟାର୍କଙ୍କ ଅବସର

ଅଷ୍ଟ୍ରେଲିଆ,୨/୯ : ଟି-୨୦କ୍ରିକେଟରୁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଅବସର ଘୋଷଣା କରିଛନ୍ତି। ଆଗକୁ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଏହି ବାମହାତୀ ବୋଲର ୬୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାବେଳେ ୭୯ ଓ୍ବିକେଟ ହାସଲ କରିଛନ୍ତି। ଅଷ୍ଟ୍ରେଲିୟ ସ୍ପିନର ଆଦାମ ଜାମ୍ପାଙ୍କ ପରେ ଷ୍ଟାର୍କ ଟି-୨୦ରେ ଅଷ୍ଟ୍ରେଲିଆର ୨ୟ ସର୍ବାଧିକ ଓ୍ବିକେଟ ହାସଲକାରୀ।