ନିଲମ୍ବନ ଆଦେଶ ପ୍ରତ୍ୟାହାର

ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ୱର,୨/୯ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ପୁରୀ ଜିଲ୍ଲାର କଂଗ୍ରେସ କର୍ମୀ ଆଶୁତୋଷ ମିଶ୍ର ଏବଂ ଅଭିନାଷ ମିଶ୍ରଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜୀତ ପାଢ଼ୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଉପରୋକ୍ତ ଦୁଇ କଂଗ୍ରେସ କର୍ମୀ ଆଗାମୀ ଦିନରେ କଂଗ୍ରେସ ସଂଗଠନକୁ ଜିଲ୍ଲାରେ ସୁଦୃଢ଼ କରିବେ ବୋଲି ଶ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି ।