ପୁଣି ହାତ ମିଳାଇଲେନି ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୧/୯ : ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷ ମ୍ୟାଚରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ପୁନର୍ବାର ପାକିସ୍ତାନ ଅଧିନାୟକ ସଲମାନଙ୍କ ସହ ପାରମ୍ପରିକ ହ୍ୟାଣ୍ଡସେକ କରିନଥିଲେ।
ସୂର୍ଯ୍ୟକୁମାର କହିଛନ୍ତି, “ଆମେ ପ୍ରଥମେ ବୋଲିଂ କରିବୁ। ପିଚ୍ ଭଲ ଦେଖାଯାଉଛି ଓ ଗତକାଲି କାକର ଥିଲା। ଆମେ ପ୍ରଥମ ରାଉଣ୍ଡରୁ ଏକ ନକଆଉଟ ଟୁର୍ଣ୍ଣାମେଣ୍ଟ ଭାବେ ଖେଳୁଛୁ। ଆବୁଧାବୀରେ ପିଚ୍ ଭିନ୍ନ ଥିଲା, ଏହା ଏକ ସାଧାରଣ ମ୍ୟାଚ।” ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି – ଜସପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତୀ ଫେରିଛନ୍ତି, ଆର୍ଶଦୀପ ସିଂ ଓ ହର୍ଷିତ ରାଣାଙ୍କ ସ୍ଥାନରେ।
ସେହିପରି ପାକିସ୍ତାନ ଅଧିନାୟକ ସଲମାନ କହିଛନ୍ତି, “ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହିଁଥିଲୁ। ଏହା ଏକ ନୂଆ ମ୍ୟାଚ ଓ ନୂଆ ଚ୍ୟାଲେଞ୍ଜ। ପିଚ୍ କିଛି ଧୀମା ଦେଖାଯାଉଛି। ଆମେ ବ୍ୟାଟ ଓ ବଲରେ ଭଲ ଆରମ୍ଭ କରିବାକୁ ଚାହୁଁଛୁ।” ପାକିସ୍ତାନ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି – ହାସନ ନୱାଜ ଓ ଖୁଶଦିଲ ଶାହା ଖେଳୁନାହାନ୍ତି।