ଜୟ ଓଡ଼ିଶାର "ରକ୍ତଦାନ" କାର୍ଯ୍ୟକ୍ରମର ୧୨ତମ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ବର,୨୭/୭ : ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜୟ ଓଡ଼ିଶା ପ୍ରତିଷ୍ଠିତ ପଦକ୍ଷେପ "ରକ୍ତଦାନ" ଅଭିଯାନ ଅନ୍ତର୍ଗତ ୧୨ତମ ରକ୍ତଦାନ ଶିବିର ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେଣ୍ଟ ୱେଲଫେୟାର ଅସୋସିଏସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି ।
ଏହି ଶିବିରଟି ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେଣ୍ଟ ୱେଲଫେୟାର ଅସୋସିଏସନର ସଭାପତି ଅଜିତ ଚୌଧୁରୀ, ସେକ୍ରେଟାରୀ ଲୋକନାଥ ସାହୁ, ଉପସଭାପତି ଅରିନ୍ଦମ ଚୌଧୁରୀ ଏବଂ ଟ୍ରେଜରର ପ୍ରତାପ ପଣ୍ଡାଙ୍କ ପରିଚାଳନା ତଥା ଜୟ ଓଡ଼ିଶାର ସ୍ଵେଚ୍ଛାସେବୀମାନଙ୍କ ସକ୍ରିୟ ସହଯୋଗ ଯୋଗୁଁ ସଫଳ ଭାବେ ଆୟୋଜିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଏସିପି (Zone-୩) ତାପସ କୁମାର ପ୍ରଧାନ ଓ ଆଇଆଇସି (ଭରତପୁର) ଦୀପକ କୁମାର ଖଣ୍ଡାୟତରାୟ ଉପସ୍ଥିତଥିଲେ ଓ ରକ୍ତଦାନର ମହତ୍ତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ନିଜର ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ଇଚ୍ଛା ଥାଇ ମଧ୍ୟ ସେଠାକାର ନିବାସୀମାନେ ରକ୍ତଦାନ କରିପାରୁନାହାନ୍ତି । ତେଣୁ ତାଙ୍କ ଆପାର୍ଟମେଣ୍ଟ ପ୍ରାଙ୍ଗଣରେ ଶିବିର କରାଗଲେ ଏହା ତାଙ୍କ ପାଇଁ ସହଯୋଗୀ ହେଉଥିବାରୁ ୪ ମାସ ପରେ ପୁଣି ଥରେ ଆଉ ଏକ ଶିବିର କରାଯିବ ବୋଲି ସେମାନେ କଥା ଦେଇଛନ୍ତି ବୋଲି ବୋଲି ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ।
ଏଣୁ କେବଳ କ୍ଲବ, ବିଜନେସ ହାଉସ, ଆସୋସିଏସନ ବ୍ୟତୀତ ଏହି ଭଳି ଆପାର୍ଟମେଣ୍ଟ ଗୁଡିକ "ରକ୍ତଦାନ" କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେଲେ ଏକ ବର୍ଷ ମଧ୍ୟରେ ୧୦୦ଟି ସଂଗଠନ ସହ ମିଳିତ ଭାବେ ରକ୍ତଦାନ ଶିବିର କରିବାର ଲକ୍ଷ୍ୟ ସଫଳ ହେବ ବୋଲି ଶ୍ରୀ ସାମନ୍ତରାୟ ସୂଚନା ଦେଇଛନ୍ତି।

Editor 


