ମଦର ଟେରେସା ସେବା ସମ୍ମାନରେ ସମ୍ମାନିତ ହେଲେ ଆଦର୍ଶ କନ୍ୟା ଡ. ରୋଜାଲିନି ସେନାପତି

ଭୁବନେଶ୍ବର, ୨୭/୭ : ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ କନ୍ୟା ସମ୍ଭବ ସାହିତ୍ୟ ଅନୁଷ୍ଠାନର ଅଧ୍ୟକ୍ଷା ଓ ପ୍ରତିଷ୍ଠାତା, ଲେଖକ ତଥା ସମାଜସେବୀ ଡ.ରୋଜାଲିନି ସେନାପତିଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ମଦର ଟେରେସା ସେବା ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଛି ।
ଏହାସହ ଆଦର୍ଶ ଯୁବ ସାହିତ୍ୟିକ ଓ ଯୁବ ଲେଖକ କବି ଭାବେ ବେଶ୍ ଜଣାଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା ଶିକ୍ଷାବିତ୍, ଶ୍ରୀକାନ୍ତ ଗୌତମ ରଥ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ, ପ୍ରିୟମ୍ବଦା ଦାସ ପ୍ରବଚିକା, ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ ଓ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।