କୋଠଘର ମାସିକ କବିତା ଓ କ୍ଷୁଦ୍ର ଗଳ୍ପ ଆସର

କୋଠଘର ମାସିକ କବିତା ଓ କ୍ଷୁଦ୍ର ଗଳ୍ପ ଆସର

ଭୁବନେଶ୍ୱର,୧୫/୧୨ : କୋଠଘର ଆମ ସାହିତ୍ୟ ପରିବାରର ଚଳିତ ବର୍ଷର ଶେଷ ମାସିକ କବିତା ଓ କ୍ଷୁଦ୍ର ଗଳ୍ପ ଆସର ସହିତ ଆଗାମୀ ବର୍ଷ ୨୦୨୫ଉପଲକ୍ଷେ କାର୍ଯ୍ୟ ସୂଚୀର ପ୍ରସ୍ତୁତି ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି । କୋଠଘରର ପ୍ରତିଷ୍ଠାତା, ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଇନ୍ଦିରା ଗାନ୍ଧୀ ପାର୍କର ମନୋରମ ପରିବେଶରେ ଅନେକ କବି ସାହିତ୍ୟିକମାନେ ଯୋଗଦେଇ କବିତା ଓ ଗଳ୍ପ ପାଠ କରିଥିଲେ ।

କବି ବିନୋଦିନୀ ପାତ୍ର ଓ ରାଜଲକ୍ଷ୍ମୀ ତ୍ରିପାଠୀ ଯୁଗ୍ମ ଭାବରେ ଭଜନ ପରିବେଷଣ କରିଥିଲେ । ବରିଷ୍ଠ କବି ଅଲେଖ ଚରଣ ରାଉତ, କବି ଡଃ ପ୍ରତାପ ରଞ୍ଜନ ମହାନ୍ତି, କିରଣ ନାୟକ, ସ୍ଵାତୀବାଳା ମହାପାତ୍ର, ନିନାଦିନୀ ମହାନ୍ତି, ଆଶାଲତା ଦୀକ୍ଷିତ, ରାଜଲକ୍ଷ୍ମୀ ତ୍ରିପାଠୀ, ସସ୍ମିତା ଦାଶ, ସୁଜାତା ସାହୁ ଇତ୍ୟାଦି ଯୋଗଦେଇ କବିତା ଓ ଗଳ୍ପ ପାଠ କରିଥିଲେ । ପରି ଶେଷରେ କୋଠଘରର ଉପସଭାପତି ଅଧ୍ୟାପକ ଭାବଗ୍ରାହୀ ବଳ ଧନ୍ୟବାଦ୍ ଦେଇଥିଲେ ।