IAS ସ୍ତରରେ ବଡ଼ ଧରଣର ଅଦଳବଦଳ ; ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର

IAS ସ୍ତରରେ ବଡ଼ ଧରଣର ଅଦଳବଦଳ ; ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର

ଭୁବନେଶ୍ବର,୧/୧ : ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର । ଅନୁ ଗର୍ଗଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର। ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁ ଗର୍ଗ। ଗୃହ ବିଭାଗର ACS ଭାବେ ହେମନ୍ତ ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ରାଜସ୍ବ ବୋର୍ଡ଼ର ସଦସ୍ୟ ହେଲେ ସତ୍ୟବ୍ରତ ସାହୁ। ଶୋଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି।

ସେହିପରି ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ରାଜେଶ୍ ପ୍ରଭାକର ପାଟିଲ ହେଲେ ସ୍ଵତନ୍ତ୍ର ରିଲିଫ କମିଶନର। ସେହିପରି ଦୁଇ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ପରିବର୍ତ୍ତନ କରିଛନ୍ତି ସରକାର । ମଧୁସ୍ମିତା ରଥ ହେଲେ ନୟାଗଡ଼ ଜିଲ୍ଲାପାଳ । ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ ଦାୟିତ୍ଵ ମିଳିଛି ।