ଆସନ୍ତା ଅଗଷ୍ଟ ୧୬ତାରିଖରେ ବିଭିନ୍ନ ଦାବିକୁ ନେଇ ଦାବି ଦିବସ ପାଳିବ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି

ଆସନ୍ତା ଅଗଷ୍ଟ ୧୬ତାରିଖରେ ବିଭିନ୍ନ ଦାବିକୁ ନେଇ ଦାବି ଦିବସ ପାଳିବ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୧୩ /୮ : ଆଜି ସମ୍ବଲପୁର ସହରର ସାମ୍ବାଦିକ ଭବନରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ସମ୍ବଲପୁର ଜିଲ୍ଲା ପକ୍ଷରୁ ଆବାହକ ହରି ନାରାୟଣ ପଣ୍ଡା ଙ୍କ ଦ୍ୱାରା ଏକ ସାମ୍ବାଦିଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆସନ୍ତା ଅଗଷ୍ଟ ୧୬ ଦାବି ଦିବସରେ ବିଭିନ୍ନ ଦାବୀ ନେଇ ସମ୍ବଲପୁର ରେ ବିଭିନ୍ନ ଶିକ୍ଷକ ସଂଗଠନ ସମବେତ ହେବେ ବୋଲି ସୂଚନା ଦିଆଯାଇଛି l

ଅଗଷ୍ଟ ୧୬ ହେଉଛି ଦାବି ଦିବସ। ଏହି ଦିବସରେ ସମବେତ ହେବାକୁ ଯାଉଛନ୍ତି ଅନେକ ଶିକ୍ଷକ ସଂଗଠନ । ରାଜ୍ୟର ଶିକ୍ଷା ବ୍ୟବସ୍ଥା ତଥା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମକାରୀଙ୍କ ସମସ୍ୟାର କିଛି ପ୍ରମୁଖ ଦାବୀ କୁ ନେଇ ଏହି ସଂଗଠନ ଗୁଡ଼ିକ ଏକତ୍ରିତ ହେବେ l ସେହି ପ୍ରମୁଖ ଦାବି ଗୁଡିକ ମଧ୍ୟରୁ ଦୀର୍ଘ ଦିନ ଧରି ଅନୁଦାନ ରୁ ବଞ୍ଚିତ ଅନୁଦାନ ଯୋଗ୍ୟ ସମସ୍ତ ବିଦ୍ୟାଳୟ ଓ କଲେଜ କୁ ଅନୁଦାନ ପ୍ରଦାନ କରିବା l ରାଜ୍ୟର ସମସ୍ତ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜକୁ ଚାକିରୀ ସର୍ଭାବଳୀ ସହିତ ସରକାରୀ ଅନୁଷ୍ଠାନରେ ପେନସନ୍ ପ୍ରଦାନ କରିବା । ପୂର୍ଣ୍ଣ ଅନୁଦାନ ରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟ ଗୁଡିକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା l ନୂତନ ପେନସନ ବ୍ୟବସ୍ଥା କୁ ବାତିଲ କରି ପୁରୁଣା ପେନସନ ବ୍ୟବସ୍ଥା କୁ ଲାଗୁ କରିବା, ଅବସର ସୀମା ୬0ରୁ ୬୨ କରିବା ଆଦି ଦାବୀ କୁ ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମ୍ୱନ୍ମୟ ସମିତି ଆଗାମୀ ୧୬ ତାରିଖରେ ଦାବି ଦିବସ ପାଳନ କରିବେ ବୋଲି ସ୍ଥିରୀକୃତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l