ତ୍ରିନେତ୍ରଙ୍କ ଜଳାଭିଷେକ ଲାଗି ଦୃଷ୍ଟିହୀନଙ୍କୁ ବାଟ ଦେଖାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

କେନ୍ଦ୍ରାପଡ଼ା,୫/୮ : ଦେବାଧିଦେବ ମହାଦେବ ହେଉଛନ୍ତି ଭୋଳା ଶଙ୍କର। ପୁଣି ସେ ହେଉଛନ୍ତି ତ୍ରିନାଥ। ଶ୍ରାବଣ ମାସରେ ବାବା ଶଙ୍କରଙ୍କୁ ଜଳାଭିଷେକ କଲେ କୋଟି ପୁନ୍ୟ ହୁଏ ବୋଲି ଧାର୍ମିକ ମତ ରହିଛି। ଏବେ ହିନ୍ଦୁ ଧର୍ମର ସାଧାରଣ ଜନତା ବହୁ ମାତ୍ରା ରେ ଜଳାଭିଷେକ କରିବାକୁ ଯାଉଛନ୍ତି।
ଦୃଷ୍ଟିହୀନ ପିଲା ମାନେ ଇଛା ଥିଲେ ବି ଏହି ଜଳାଭିଷେକ ର ସୁଯୋଗ ପାଇ ପାରୁ ନାହାଁନ୍ତି। ସେଇ ଭାଇମାନଙ୍କ ପାଇଁ ସୁଯୋଗ ଆଣିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା। ଆଜି ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭାଈ ଓ ଭଉଣୀମାନଙ୍କୁ ନେଇ ବାବା କପଳେଶ୍ୱର ମହାଦେବଙ୍କ ପୀଠରେ ଜଳାଭିଷେକ କରିଥିଲେ। ଜୀବନର ପ୍ରଥମ ଥର ଜଳାଭିଷେକ କରୁଥିବା ଜୟରାମ ଦାସ କୁହନ୍ତି ବାବାଙ୍କ ଦୟାରୁ ଆମେ ମୟୂରଭଞ୍ଜରୁ ଆସି କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳାଭିଷେକ କରୁଛୁ।
ଅନ୍ୟ ଜଣେ ଭକ୍ତ ବିଶୁ ଭାବରେ ଭାବରେ କାନ୍ଦି ପକାଇଥିଲେ, ଏହା ବି ଥିଲା ତାଙ୍କର ପ୍ରଥମ ଅନୁଭୂତି। ଏହା ଥିଲା ବାବାଙ୍କ ମହିମା। ଆଜି ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ଥିବା ଭାଈମାନେ ହେଲେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଉପ ସଭାପତି ରଶ୍ମି ରଞ୍ଜନ ବାରିକ, ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର , ମନୋଜ ରାଉତ, ବହ୍ଲବ ମହାପାତ୍ର, ମୁନ୍ନା ସାହୁ, ଶୈଳବାଳା ମହାପାତ୍ର ଓ ସନା ଭାଇ।