କାର୍ଗିଲ ବିଜୟ ଦିବସକୁ ମନେ ପକାଇ ତୃପ୍ତି ଅଟୋଓ୍ବାର୍ଲ୍ଡ ପକ୍ଷରୁ ବାଇକ ରାଇଡ଼ ଆୟୋଜିତ

ଭୁବନେଶ୍ବର,୨୬/୭ : କାର୍ଗିଲ ବିଜୟ ଦିବସ ଉପଲକ୍ଷେ ତୃପ୍ତି ଅଟୋଓ୍ବାର୍ଲ୍ଡର "Ride For A Cause" ଉଦ୍ୟମ ଅନ୍ତର୍ଗତ ଏକ ବିଶେଷ ବାଇକ ରାଇଡ଼ ଆୟୋଜିତ ହୋଇଥିଲା । କାର୍ଗିଲ ଯୁଦ୍ଧ ଏକ ଗୌରବଜନକ ଅଧ୍ୟାୟ ଥିଲା ଭାରତୀୟ ସେନାର ଇତିହାସରେ ଯେଉଁଠାରେ ଆମ ସେନା ବୀର ଯୋଦ୍ଧାମାନେ ଭାରତ ମାତାର ସମ୍ପ୍ରଭୁତ୍ତ୍ୱ ରକ୍ଷା ପାଇଁ ପ୍ରାଣ ନ୍ୟୋଚ୍ଛାବନ କରିଥିଲେ। ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଅବସରରେ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ତୃପ୍ତି ଅଟୋଓ୍ବାର୍ଲ୍ଡ ତାଙ୍କ "Ride For A Cause" ଅନ୍ତର୍ଗତ ଏକ ସମର୍ପିତ ବାଇକ ରାଇଡ଼ର ଆୟୋଜନ କରିଥିଲା। ଏହି ବାଇକ ରାଇଡ଼ ପାତ୍ରପଡାସ୍ଥିତ ତୃପ୍ତି ଅଟୋଓ୍ବାର୍ଲ୍ଡ ଶୋରୁମ୍ରୁ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇ ଜଲ ବାୟୁ ଟାୱାର୍ସ ପର୍ଯ୍ୟନ୍ତ ଯାତ୍ରା କରିଥିଲା।
ଏହି ଯାତ୍ରାର ଅନ୍ତିମ ଗନ୍ତବ୍ୟ ଥିଲା ଜଲ ବାୟୁ ଟାୱାର୍ସ ଆପାର୍ଟମେଣ୍ଟ ଓ ସେଠାରେ ବସବାସ କରୁଥିବା ଜଲ ବାୟୁ ଟାୱାର୍ସ ଅପାର୍ଟମେଣ୍ଟ ଓନର୍ସ୍ ୱେଲଫେୟାର ଆସୋସିଏସନର ସଦସ୍ୟ ଯେଉଁମାନେ ହେଉଛନ୍ତି ଆମ ଦେଶ ପାଇଁ ବିଭିନ୍ନ ତ୍ୟାଗ କରିଥିବା ପୂର୍ବତନ ନୌବାହିନୀ ଏବଂ ପୂର୍ବତନ ଆକାଶବାହିନୀ ଅଧିକାରୀ। ସେମାନଙ୍କ ମଧ୍ୟରୁ କିଛି ଅଧିକାରୀ କାର୍ଗିଲ ଯୁଦ୍ଧ ସମୟରେ ଉପସ୍ଥିତ ଥିବାରୁ ସେମାନେ ସେହି ସମୟର ଦୁର୍ଲଭ ଅନୁଭୂତି ଓ ସଂଘର୍ଷର ଘଟଣାବଳୀ ବିଷୟରେ ଅବଗତ କରିଥିଲେ । ଯାହା ଏକ ଅତ୍ୟନ୍ତ ପ୍ରେରଣାଦାୟକ ଅଭିଜ୍ଞତା ଥିଲା।
ତୃପ୍ତି ଅଟୋୱର୍ଲ୍ଡ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଯାହା ଦ୍ୱାରା ସେମାନଙ୍କର ତ୍ୟାଗ, ସେବା ଓ ସଂଘର୍ଷ ନିମନ୍ତେ କୃତଜ୍ଞତା ଜଣାଯାଇଥିଲା। ଏହି ରାଇଡରେ ପାଖାପାଖି ୩୫ଜଣ ଚାଳକ ଯୋଗଦେଇଥିବାବେଳେ ତୃପ୍ତି ଅଟୋୱର୍ଲ୍ଡର ମାଲିକ ତଥା MD ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହ ରଏଲ ଇନଫିଲ୍ଡ ରାଇଡ କୋ-ଅର୍ଡିନେଟର୍ ଚନ୍ଦନ ଗୋଆରି ରାଇଡ଼ର ସୂଚାରୁ ପରିଚାଳନା ଉପରେ ଧ୍ୟାନ ଦେଇଥିଲେ ଏବଂ ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।
ଜଲ ବାୟୁ ଟାୱାର୍ସ ଅପାର୍ଟମେଣ୍ଟ ଓନର୍ସ୍ ୱେଲଫେୟାର ଆସୋସିଏସନର ସଭାପତି Cmde ସୌରେନ୍ଦ୍ର କୁମାର ମହାପାତ୍ର, ଉପସଭାପତି Capt ଗୋକୁଲ ନାୟକ ଓ ସେକ୍ରେଟାରୀ Hon Lt ସତ୍ୟ ଆର୍ ପରିଡ଼ା ଏହି ଅବସରରେ ଉପସ୍ଥିତ ରହି ସମସ୍ତ ରାଇଡ଼ରଙ୍କୁ ଖୁବ୍ ଉତ୍ସାହିତ କରିଥିଲେ।