କଟକ ଦରଘା ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣା; ଦୃଢ଼ ନିନ୍ଦା କଲେ ନବୀନ
ଭୁବନେଶ୍ବର, ୪/୧୦ : ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ ବୋଲି କହିଛନ୍ତି ନବୀନ ।
ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି, ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରୁଛି। ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ। ଭସାଣି ସମୟରେ ଢେଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ।
ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ଆଗରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅସହାୟ ମନେ ହେଉଛି। ବିଜେପି ସରକାରରେ ପୋଲିସ ଉପରେ ରହୁଥିବା ଚାପ ରାଜ୍ୟରେ ଆଇନଶୃଙ୍ଖଳାକୁ ବିଗାଡ଼ି ଦେଉଛି। ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସଦଭାବନା ବଜାୟ ରଖିବା ଆମ ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ଏବଂ କର୍ତ୍ତବ୍ୟ ହେଉ। ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ।

Editor 


