ଜଳପ୍ରପାତରେ ବୁଡ଼ି ୨ଛାତ୍ରଛାତ୍ରୀ ମୃତ

ଜଳପ୍ରପାତରେ ବୁଡ଼ି ୨ଛାତ୍ରଛାତ୍ରୀ ମୃତ

ସମ୍ବଲପୁର , ୨୬/୭ : ସମ୍ବଲପୁର ଜୁଯୁମୁରା ଥାନା ଅନ୍ତର୍ଗତ ଦେବଝରଣ ଜଳ ପ୍ରପାତରେ ପାଣିରେ ବୁଡି ବୁର୍ଲା ଭୀମସାର ମେଡିକାଲର ୨ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ l ଆଜି ଦିନ ପ୍ରାୟ ୧୨ଟା ସମୟରେ ଭୀମସାର ମେଡିକାଲର ୬ଜଣ ଛାତ୍ରଛାତ୍ରୀ ଦେବଝରଣ ଜଳପ୍ରପାତ ବୁଲିବାକୁ ଯାଇଥିବାବେଳେ ଗଭୀର ପାଣିରେ ପଡି ୨ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l

ସୂଚନା ପାଇ ଜୁଯୁମୁରା ପୋଲିସ ଘଟଣା ସ୍ଥଳକୁ ପହଂଚି ଅଗ୍ନିଶମ ବିଭାଗ ସହାୟତାରେ ଉଭୟ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରି ଜୁଯୁମୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ଉଭୟ ଛାତ୍ରଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ l ଜୁଯୁମୁରା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୃତକମାନେ ହେଲେ ନୁଆଦିଲ୍ଲୀର ନଜଫଗଡ଼, ନନ୍ଦଲୋଇ ଅଞ୍ଚଳର ସୁନୀଲ ପୁରୀଙ୍କ ପୁଅ ସନ୍ଦୀପ ପୁରୀ ଓ ରାଜସ୍ଥାନ ମାଉଣ୍ଟଆବୁ ଥାନା ଅଞ୍ଚଳର ଚେତନ ମୀନାଙ୍କ ଝିଅ ମୋନିକା ମୀନା (୨୪ l ଘଟଣାସ୍ଥଳରେ ଜୁଯୁମୁରା ପୋଲିସ ପହଞ୍ଚି ପଚାରାଉଚରା ଜାରି ରଖିଛି l ଅପରପକ୍ଷରେ ଘଟଣାସ୍ଥଳକୁ ଭୀମସାର ମେଡିକାଲର ଅଧିକ୍ଷକ ଲାଲ ମୋହନ ନାଏକ ଓ ଡିନ ପ୍ରଦୀପ ମହାନ୍ତି ଯାଇ ସ୍ଥିତି ପରଖିଛନ୍ତି l