ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପ୍ରଚାର

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପ୍ରଚାର

ଭୁବନେଶ୍ୱର,୨୯/୪ : ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପିର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ଆଜି ପ୍ରଥମେ ସକାଳୁ ୱାର୍ଡ଼ ନଂ ୫୮ ଅଞ୍ଚଳରେ ବ୍ରହ୍ମେଶ୍ୱର ପାର୍କରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଲୋକଙ୍କ ସହ ମିଶିଥିଲେ । ପରେ ପାଣ୍ଡବନଗର ଓ ନାଥପୁର ଅଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପିକୁ ଭୋଟ୍ ଦେଇ ଜିତେଇବାକୁ ଅନୁରୋଧ କରିଥିଲେ । 

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଓ ଅନ୍ୟ ଦଳର ବହୁ ନେତା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ବାବୁ ସିଂଙ୍କ ନେତୃତ୍ୱରେ ମିଶିଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ତାର ଶକ୍ତି ବୃଦ୍ଧି କରିବାରେ ଲାଗି ପଡିଛି । ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା, ଡୋର କ୍ୟମ୍ପେନ, ପଥପ୍ରାନ୍ତ ପ୍ରଚାର ସମୟରେ ବିଜେପିକୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି ।