ରଣବୀର ସିଂହ ହେବାକୁ ଯାଉଛନ୍ତି ସୁପରହିରୋ ?

ନୂଆଦିଲ୍ଲୀ, ୨୯/୪ : ଚଳିତ ବର୍ଷ ଆରମ୍ଭରୁ ଆସିଥିଲା ଫିଲ୍ମ ‘ହନୁମାନ ’ ବହୁତ ଭଲ ଏକ୍ସପେରିୟେନ୍ସ ଦେଲା । ଲିମିଟେଡ ବଜେଟରେ ହୋଇଥିବା ଏହି ଫିଲ୍ମ ଓ୍ବାର୍ଲ୍ଡଓ୍ବାଇଡ ୩୫୦କୋଟିର କଲେକ୍ସନ ବି କରିଥିଲା। ‘ହନୁମାନ’ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମାଙ୍କ କାମକୁ ଦର୍ଶକଙ୍କଠାରୁ ନେଇ କ୍ରିଟିକ୍ସ ପର୍ଯ୍ୟନ୍ତ ବହୁ ତାରିଫ କରିଥିଲେ । ଭିଏଫଏକ୍ସ ଫିଲ୍ମ ତ ଏବେ ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ନିର୍ମାଣ ହେଉଛି , କିନ୍ତୁ ଏଥିରେ ପ୍ରଶାନ୍ତ କାହାଣୀ ଯେତିକି ସଠିକ୍ ରଖିଥିଲେ ଏବଂ ସ୍ପେଶାଲ ଇଫେକ୍ଟ୍ସକୁ ଯେଉଁଭଳି ଭାବେ ଦମଦାର୍ ତରିକାରେ ବ୍ୟବହାର କଲେ ତାହା ବହୁତ କମାଲ୍ ଥିଲା ।
କିଛି ଦିନ ପୂର୍ବରୁ ପ୍ରଶାନ୍ତ ‘ହନୁମାନ’ର ସ୍ବିକ୍ବେଲ ‘ଜୟ ହନୁମାନ’ର ସୁଟିଂ ଆରମ୍ଭ ହେବାର ଘୋଷଣା କରିଥିଲେ ଏବଂ ସେଥିରେ ଯୋଡ଼ି ହୋଇଥିବା ଏକ ଏଭଳି ଖବର ଆସିଥିଲା କି ଯାହା ବଲିଉଡ଼ ଫ୍ୟାନ୍ସଙ୍କ ଉତ୍ସୁକତା ଆହୁରି ବଢାଇ ଦେଇଥିଲା ।
‘ହନୁମାନ’ ସମୟରେ ପ୍ରଶାନ୍ତ ଏହା ସ୍ପଷ୍ଟ କରି ଦେଇଥିଲେ କି ସେ ଇଣ୍ଡିଆନ ମାଇଥୋଲୋଜିରେ ଯୋଡ଼ିଥିବା ଏକ ପୂରା ୟୁନିଭର୍ସ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏବେ ପିଂକାବିଲାର ଏକ ରିପୋର୍ଟ ଅନୁଯାୟୀ, ରଣବୀର ସିଂହ ପ୍ରଶାନ୍ତ ବର୍ମାଙ୍କ ସିନେମାଟିକ ୟୁନିଭର୍ସରେ ପାଦ ରଖିବାକୁ ଯାଉଛନ୍ତି । ରିପୋର୍ଟରେ ଏହା ବି କୁହାଯାଇଛି କି ଏହି ଫିଲ୍ମର ଟାଇଟେଲ ‘ରାକ୍ଷସ’ ରଖାଯାଇଛି । ସୂଚନା ମୁତାବକ ଏହି ଫିଲ୍ମ ପ୍ରଶାନ୍ତ ବର୍ମା ସିନେମାଟିକ ୟୁନିଭର୍ସର ଭାଗିଦାରୀ ଅଟେ, ଯେଉଁଥିରେ ନିର୍ଦ୍ଦେଶକ କେତେକ ନୂଆ ସୁପରହିରୋକୁ ଆଗକୁ ଆଣିବାରେ ଅଛନ୍ତି । ପରେ ଏକ ଗ୍ରାଣ୍ଡ ଫାଇନାଲ ଭଳି ସବୁ ଚରିତ୍ରକୁ ଏକ ଫିଲ୍ମରେ ସାଙ୍ଗରେ ନେବେ । ରଣବୀର କେତେକ ଥର ପ୍ରଶାନ୍ତ ବର୍ମାଙ୍କୁ ଭେଟି ସାରିଛନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ଫିଲ୍ମ ଲାଗି ପୂଜା ବି କରି ସାରିଛନ୍ତି । ଏହା ବି କୁହାଯାଇଛି କି ଫିଲ୍ମ ସ୍କ୍ରିନପ୍ଲେ ଏବଂ ପ୍ରି ଭିଜୁଆଲାଇଜେଶନ ପ୍ରୋଶେଶ ପୂରା କରାଯାଇସାରିଛି ଏବଂ ଖୁବଶୀଘ୍ର ରଣବୀର ଏବଂ ପ୍ରଶାନ୍ତ ସୁଟର ଟାଇମ ଲାଇନ ବି ଫାଇନାଲ କରିବେ ।