ନନ୍ଦନକାନନ ଆସିବ ଆଫ୍ରିକୀୟ ଚିତା, ଗ୍ୟାଲେରି କାମ ଆରମ୍ଭ
ଭୁବନେଶ୍ବର,୪/୧୨ : ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବ ଆଫ୍ରିକୀୟ ଚିତା। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ଚିତା ରଖିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ଚିତା ରହିବା ପାଇଁ ଖୁଆଡ଼ କାମ ଆରମ୍ଭ ହୋଇଯାଇଛି । ଆସନ୍ତା ଏକ ବର୍ଷ ମଧ୍ୟରେ ଖୁଆଡ଼ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ ରହିଛି । ପର୍ଯ୍ୟଟକ ଚିତାକୁ ଭଲରେ ଦେଖିବା ପାଇଁ ଚିତା ଗ୍ୟାଲେରି କାମ ମଧ୍ୟ ଆରମ୍ଭ ହେଉଛି । ଏହି ଗ୍ୟାଲେରିରେ କାତ ଲାଗିବା ପାଇଁ ବ୍ୟବସ୍ଥା ହେଉଛି । ଏହି କାଚରୁ ଭଲ ଭାବରେ ପର୍ଯ୍ୟଟକ ଚିତା ଦେଖିପାରିବ । ଏହି କାଚ ଥାଇଲାଣ୍ଡରୁ ଆସୁଛି ।
ଡିସେମ୍ବର ୪ ତାରିଖ ବିଶ୍ୱ ଚିତା ଦିବସ । ଚିତା ବାଘର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଇଥାଏ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିତା ନାହିଁ । ଏହି କାରଣରୁ ଆଫ୍ରିକୀୟ ଚିତା ଆସିବା ପାଇଁ କାଗଜ ପତ୍ର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

Editor 


