ଖୁଣ୍ଟାରେ ଦିବ୍ୟାଙ୍ଗ ଉପକରଣ ଚିହ୍ନଟ ଶିବିର, ୩୩୬ଉପକରଣ ବଣ୍ଟନ ପାଇଁ ସ୍ଥିରୀ କୃତ

ଖୁଣ୍ଟାରେ ଦିବ୍ୟାଙ୍ଗ ଉପକରଣ ଚିହ୍ନଟ ଶିବିର, ୩୩୬ଉପକରଣ ବଣ୍ଟନ ପାଇଁ  ସ୍ଥିରୀ କୃତ

ଖୁଣ୍ଟା,୨୨/୮ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ପରିସରରେ ଭାରତ ସରକାରଙ୍କ ଏଡ଼ିଆଇପି ଯୋଜନା ମାଧ୍ୟମରେ ଏଏଲଆଇ ଏମସିଓ ସହାୟତାରେ ଦିବ୍ୟାଙ୍ଗମାନଙ୍କ ନିରାପଦ ଜୀବନଯାପନକୁ ଦୃଷ୍ଟିରେ ରଖି ମାଗଣା ସହାୟତା ଉପକରଣ ଯୋଗାଣ ପାଇଁ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯକ୍ରମରେ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଧନ୍ୟ ନାୟକ, ବିଡିଓ ଗୌରାଙ୍ଗ ଘୋଷ, ଆୟୋଜକ କ୍ୟାମ୍ପ ଅଧିକାରୀ ସ୍ମୃତି ମଲ୍ଲିକ ଓ ବିଏସଏସଓ ଦୁର୍ଯ୍ୟଧନ ଦାସ ପ୍ରମୁଖ ଯୋଗଦେଇ ଥିଲେ ।

ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ଓ ସମ୍ମାନର ସହ ଜୀବନ ଧାରଣ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥିଗଣ ସୁଚାଇଥିଲେ । ଏହି ଶିବିରରେ ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରୁ ମୋଟ ୧୬୩ଜଣ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ତାଙ୍କର ନାମ ପଞ୍ଜିକରଣ କରାଇଥିବାବେଳେ ୧୪୩ ଜଣ ଚିହ୍ନଟ ହୋଇଥିବା ଭିନ୍ନକ୍ଷମଙ୍କୁ ଭିନ୍ନ ଭିନ୍ନ ପ୍ରକାରର ୩୩୬ ଗୋଟି ସହାୟତା ଉପକାରଣ ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଥିଲା । ସେ ମଧ୍ୟରୁ ଅଧ୍ୟୟନରତ ଜଣେ ଦୃଷ୍ଟିହୀନ ଯୁବକଙ୍କ ପାଇଁ ସ୍ମାଟ ଫୋନ, ଓ ୬ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରି ଚାଳିତ ଟ୍ରାଇ ସାଇକଲ ଭଳି ଅତ୍ୟାଧୁନିକ ଉପକରଣ ପ୍ରଦାନ କରାଯିବ ବୋଲି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ସୁଚନା ପ୍ରଦାନ କରିଛନ୍ତି ।