ଡଃ ଆକାଶ ସୁନାଙ୍କୁ ବିପୁଳ ସମ୍ବର୍ଦ୍ଧନା, ଓଏସସ ପରୀକ୍ଷାରେ ୩୯୦ରାଙ୍କ ରଖିଛନ୍ତି

ଡଃ ଆକାଶ ସୁନାଙ୍କୁ ବିପୁଳ ସମ୍ବର୍ଦ୍ଧନା, ଓଏସସ ପରୀକ୍ଷାରେ ୩୯୦ରାଙ୍କ ରଖିଛନ୍ତି

ରାଉରକେଲା,୯/୧୧ : ରାଉରକେଲା ସେକ୍ଟର-୩ ସ୍ଥିତ "ସି" ବ୍ଲକ ନିକଟ ବଲାଙ୍ଗୀର ବସ୍ତିର ପ୍ରକାଶ ସୁନାଙ୍କ ପୁଅ ଡଃ ଆକାଶ ସୁନା OSC ପରୀକ୍ଷାରେ Rank-୩୯୦ ନମ୍ବର ରଖିଛନ୍ତି । ରାଉରକେଲା ଫେରୁଥିବା ଖବରପାଇ ବଲାଙ୍ଗୀର ବସ୍ତିର ସମସ୍ତ ଲୋକମାନେ ଡଃ ଆକାଶ ସୁନାଙ୍କୁ ମାଦଳ ବଜାଇ, ଫୁଲମାଳ ପିନ୍ଧାଇ ଅତ୍ୟନ୍ତ ଖୁସିରେ ସେକ୍ଟର -୩ ଅଞ୍ଚଳରେ ବୁଲାଇ ଖୁସି ବ୍ୟକ୍ତ କରିଛନ୍ତି ।

ପିତା ପ୍ରକାଶ ସୁନା ଅତ୍ୟନ୍ତ ଖୁସିରେ ପୁଅ ଆକାଶଙ୍କ ପିଲା ବେଳଠୁ କଲେଜ ପଢିବା ପର୍ଯ୍ୟନ୍ତ ସମସ୍ତ ବିଷୟ କହିଥିଲେ । ପ୍ରକାଶ ସୁନା ରାଉରକେଲାର ବିଭିନ୍ନ ଅଞ୍ଚଳ ବୁଲି ମୁଢି ବିକି ଘର ଚଳାନ୍ତି । ପୁଅକୁ ପାଠ ପଢାଇ, OAS ପାଇଥିବାରୁ,ବାପା -ମାଆ ଅତ୍ୟନ୍ତ ଖୁସିରେ ଆତ୍ମହରା ହୋଇପଡି କହିଛନ୍ତି ପୁଅ OAS ପାଇଥିବାରୁ ତାଙ୍କ ଜୀବନ ସାରା ଦୁଃଖ ଉଭେଇ ଯାଇଛି ।