କଟକରେ କୋଠାର ବାଲକୋନୀ ଭୁଶୁଡ଼ିଲା, ୩ ମୃତ
ଭୁବନେଶ୍ବର,୮/୧୧ : କଟକ ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର ଉପରେ କୋଠା ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଶିଶୁ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ଏହି ଦୁର୍ଘଟଣା ଘଟିଛି । ମଣିସାହୁ ଛକରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନୀ ଛାତ ଭୁଶୁଡ଼ି ତଳେ ଥିବା ଏକ ଆଜବେଷ୍ଟସ ଘର ଉପରେ ଖସି ପଡ଼ିଥିଲା । ଫଳରେ ଆଜବେଷ୍ଟସ ଘରଟି ଭାଙ୍ଗିଯିବା ସହିତ ଘର ଭିତରେ ଥିବା ଲୋକମାନେ ଆହତ ହୋଇଥିଲେ ।
ଖବରପାଇ କଟକ ଅଗ୍ନିଶମ ସେବା କର୍ମଚାରୀମାନେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ହେଲେ ଡାକ୍ତରଖାନାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

Editor 


