ଉଷ୍ଣ ପ୍ରସ୍ରବଣ ‘ନୀଳକନ୍ଦର’ର ସର୍ଭେ ଆରମ୍ଭ

ଭାପୁର, ୫/୫ : ଏସିଆ ମହାଦେଶର ଦ୍ୱିତୀୟ ବୃହତମ ଉଷ୍ଣପ୍ରସ୍ରବଣ ନୀଳକନ୍ଦରର ସର୍ଭେ ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଏବଂ ନୀଳକଣ୍ଠପ୍ରସାଦ ଗ୍ରାମ ନିକଟସ୍ଥ ବୃହତ ନୀଳକନ୍ଦର ଉଷ୍ମପ୍ରସ୍ରବଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାର ବାଟ ଫିଟିଛି।
ସୂଚନା ମୁତାବକ, ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଏବଂ ନୀଳକଣ୍ଠପ୍ରସାଦ ଗ୍ରାମର ଉତ୍ତର ପଟେ ରହିଛି ଏସିଆ ମହାଦେଶର ଦ୍ୱିତୀୟ ବୃହତମ ଉଷ୍ଣପ୍ରସ୍ରବଣ ନୀଳକନ୍ଦର। ପ୍ରାୟ ୧୦ ଏକର ଜାଗାରେ ବହୁ ସ୍ଥାନରେ ପାଣି ଫୁଟୁଥିବା ବେଳେ ଗନ୍ଧକ ବାସ୍ନାରେ ଅଞ୍ଚଳ ସାରା ଘୂରିବୁଲିଥାଏ।