୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର
ଭୁବନେଶ୍ବର,୧୭/୧୨ : ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କେହି ଦୁର୍ବୃତ୍ତ ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ ।
ଏହି ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଡିକାଲରେ ଶିଶୁ କନ୍ୟାଟିର ଚିକିତ୍ସା ଚାଲିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି।

Editor 


