୨୦୨୫-୨୬ ଆର୍ଥିକ ବର୍ଷ ଅତିରିକ୍ତ ବଜେଟ୍ ଆଗତ ; ୧୭, ୪୪୦କୋଟିର ବ୍ୟୟବରାଦ
ଭୁବନେଶ୍ବର,୨୮/୧୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଶୁକ୍ରବାର ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ୩,୩୮୯, କାର୍ଯ୍ୟକ୍ରମ ବ୍ୟୟ ୧୩,୭୧୬, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୭୧, ରାଜ୍ୟ ବଜେଟରୁ ସ୍ଥାନାନ୍ତର ୧୬୪ ମୋଟ୍ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି ।
ପ୍ରଶାସନିକ ବ୍ୟୟ ପାଇଁ ଅର୍ଥ ବ୍ୟବସ୍ଥା :
- ପ୍ରଶାସନିକ ବ୍ୟୟ ପାଇଁ ମୋଟ ୩୩୮୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଏଥିମଧ୍ୟରୁ ୧୪୦୬ କୋଟି ଟଙ୍କା ସୁଧ ଦେୟ ଏବଂ ୧୩୩ କୋଟି ଟଙ୍କା ଓଡିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଭରଣା ପାଇଁ ଉଦ୍ଦିଷ୍ଟ ।
- ସରକାରୀ ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୦୫ କୋଟି ଟଙ୍କା ଏବଂ ଅଣ-ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୩୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।
- ରାସ୍ତା ଏବଂ ସେତୁର ରକ୍ଷଣାବେକ୍ଷଣ ପାଇଁ ୨୫୦କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
- ପାଣି ପଞ୍ଚାୟତର ଅଚଳ ଉଠାଜଳସେଚନଗଡୁକର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ଉଠାଣ ଜଳସେଚନ ନିଗମକୁ ୬୬ କୋଟି ଟଙ୍କାର ଅନୁଦାନ ଏବଂ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ବାବଦକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
- ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
- ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟାଗ ପକ୍ଷରୁ ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ୨୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
- ସରକାରୀ କଲେଜ ପାଇଁ ୩୬ କୋଟି ଟଙ୍କା ଏବଂ ସରକାରୀ ତାଲିମ ମହାବିଦ୍ୟାଳୟ ପାଇଁ ୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।
- ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ୧୩ କୋଟି ଟଙ୍କାର ଅନୁଦାନ ।
- ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୧୪ କୋଟି ଟଙ୍କାର ଅନୁଦାନ ।

Editor 


