ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କୁ କେଉଁ ଉପହାର ମାଗିଥିଲେ ସମ୍ବଲପୁରର ଛାତ୍ରୀ !

ସମ୍ବଲପୁର ପ୍ରତିନିଧି, (ଅଭ୍ୟର୍ଥନା ରଣା) ୨୬/୮ : ଗତ ୧୯ତାରିଖରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରକ୍ଷା ବନ୍ଧନ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଦେଶର ସବୁ ଜିଲ୍ଲାର ଗୋଟିଏ ସ୍କୁଲ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଏହି କ୍ରମରେ ସମ୍ବଲପୁର ସହର ବୁଢାରଜା ସରକାରୀ ସ୍କୁଲର ଏକ ୫ ଜଣିଆ ଛାତ୍ରଛାତ୍ରୀଙ୍କ ଦଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଓ ରାଷ୍ଟ୍ରପତିଙ୍କୁ ରାକ୍ଷୀ ବାନ୍ଧିଥିଲେ l
ଏହି ଛାତ୍ରଛାତ୍ରୀଙ୍କ ଦଳ ସମ୍ବଲପୁର ଫେରି ନିଜ ଅନୁଭୂତି ବାଣ୍ଟିଛନ୍ତି l ଛାତ୍ରଛାତ୍ରୀମାନେ ବହୁତ ଖୁସି ଥିବା କହିଛନ୍ତି l ରାଷ୍ଟ୍ରପତିଙ୍କୁ ନିଜ ସମ୍ମୁଖରେରେ ଦେଖି ବିଶ୍ୱାସ ହେଉନଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି l ଏହି ଅବସରରେ ବୁଢାରଜା ସ୍କୁଲର ଛାତ୍ରୀ ପ୍ରିୟାଂସା ପ୍ରଧାନ କହିଛନ୍ତି ଯେ, ସେ ସେହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବାବେଳେ ଗୋଟିଏ ଉପହାର ମାଗିଥିଲେ l
ଆଉ ଉପହାରଟି ହେଲା ଗୋଟିଏ ପ୍ରତିଶ୍ରୁତି l ମାନେ ସେ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଉପହାର ବାବଦରେ ଏକ ପ୍ରତିଶୃତି ମାଗିଥିଲେ l ସେହି ପ୍ରତିଶ୍ରୁତିଟି ହେଲା ଯେ ଆମ ଦେଶରେ ଯେପରି ଦିଲ୍ଲୀରେ ହୋଇଥିବା ନିର୍ଭୟା କାଣ୍ଡର ଶିକାର ଯେମିତି ଆଉ କୌଣସି ଝିଅ ନ ହେଉ l ଏହା ଶୁଣି ମହାମହିମ ରାଷ୍ଟ୍ରପତି ଉତ୍ତର ଦେଇଥିଲେ ଯେ, ଆମେ ଚେଷ୍ଟା କରୁଛୁ, ତୁମେମାନେ ବି ଚେଷ୍ଟା କର, ଆଉ ନିଜେ ନିଜର ଫାଇଟର ହୁଅ l ମହାମହିମ ରାଷ୍ଟ୍ରପତି ଏମିତି ଉତ୍ତର ଦେଇଥିଲେ ବୋଲି କହିଛନ୍ତି ବୁଢାରଜା ସ୍କୁଲ ଛାତ୍ରୀ ପ୍ରିୟଂସା ପ୍ରଧାନ l