OKSପରିବାର ପକ୍ଷରୁ ପଖାଳ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ବର, ୧୮/୫ : ଓଡ଼ିଆ କଳାକାରଙ୍କ ସ୍ୱର OKSପରିବାର ପକ୍ଷରୁ ଓଡିଶାରେ ପ୍ରଥମ ଥର ଗ୍ରୀଷ୍ମକାଳୀନ ଦହି ପଖାଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଭୁବନେଶ୍ଵରସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ (ଆଇଜି ପାର୍କ) ନିକଟରେ ରବିବାର ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୦୦ଜଣ ପଥଚାରୀ, ଭିନ୍ନକ୍ଷମ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ପଖାଳ ଖାଇ ତୃପ୍ତି ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଧାୟକ ଜଗନ୍ନାଥ ପ୍ରଧାନ, କର୍ପୋରେଟର ବାୟାଁ ଭାଇ, କର୍ପୋରେଟର ନରେନ୍ ସାହୁ, ପ୍ରତାପ ସାହୁ ଉଦଘାଟନ କରିଥିଲେ । ଏଥିରେ ଅନୁଷ୍ଠାନର ସଭାପତି ଶ୍ରୀଧର ମାର୍ଥା, ଉପସଭାପତି ଋଷି ପଟ୍ଟନାୟକ, ସମ୍ପାଦକ ବୁଲୁ ପଣ୍ଡା, ସହ ସମ୍ପାଦକ ବରଦା ପ୍ରଶନ୍ନ ପାତ୍ର, କୋଷାଧ୍ୟକ୍ଷ ମୃଣ୍ମୟ ନାୟକ, ସହ କୋଷାଧ୍ୟକ୍ଷ ବିଶାଲ ସାହୁ, ସଂଯୋଜକ ସାର୍ଥକ୍ ପ୍ରଧାନଙ୍କ ସହିତ OKS ପରିବାରର ସଦସ୍ୟ ଏବଂ ସଦସ୍ୟାମାନେ ଉପସ୍ଥିତ ଥିଲେ ।
ଏହି ଦହି ପଖାଳ କାର୍ଯ୍ୟକ୍ରମରେ ୬୦ଜଣ ସାମ୍ବାଦିକ, ସମାଜସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା l ବିଶିଷ୍ଟ ସମାଜସେବୀ ବାପୁ ଓଝାଙ୍କ ଦ୍ଵାରା ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମକୁ ସମ୍ପାଦାନ କରାଯାଇଥିଲା । ଲିପିକା ମହାନ୍ତି, ପ୍ରଶାନ୍ତ ଷଡ଼ଙ୍ଗୀ, ସୁଦର୍ଶନ ଦୁବେ, ପ୍ରକାଶ କୁମାର ସ୍ବାଇଁ, କୁଇନ୍, ଗୀତା, ଶାଶ୍ଵତ, ମନିପାଲ୍, ସବିତା, ଜ୍ଞାନ ଖୁଣ୍ଟିଆ, ସିନା ମହାନ୍ତି, ଏଲିଜା ପ୍ରିୟଦର୍ଶିନୀ, ପୁଷ୍ପଶ୍ରୀ, ମିଲି ମିଶ୍ର, ପୂଜା, ଆଦି କଳାକାରମାନେ ପଖାଳ ବଣ୍ଟନ କାର୍ଯ୍ୟକ୍ରମରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ବ୍ୟାପ୍ତ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।