ମାଟ୍ରିକ ଟପ୍ପର ଶୁଭଙ୍କର ସାହୁଙ୍କୁ ମିଳିବ ଚଳିତ ବର୍ଷର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୪

ଭୁବନେଶ୍ବର,୨୦/୭ : ୨୦୨୪ର ମାଟ୍ରିକ ଟପ୍ପର ଶୁଭଙ୍କର ସାହୁଙ୍କୁ ମିଳିବ ଚଳିତ ବର୍ଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୪ । ରବିବାର ଭୁବନେଶ୍ବରସ୍ଥିତ ରସୁଲଗଡ଼ଠାରେ ଥିବା ଆଇଏମବି ଅଡିଟୋରିୟମଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଏହି ମେଧାବୃତ୍ତି ପ୍ରଦାନ କରାଯିବ । ପୂର୍ବାହ୍ନ ୧୦ଟା ୩୦ମିନିଟ ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଶୁଭଙ୍କରଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାରଙ୍କ ତରଫରୁ ଏହି ମେଧାବୃତ୍ତି ପ୍ରଦାନ କରାଯିବ।
ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ.ଅରୁନ୍ଧତୀ ଦେବୀ, ସମ୍ମାନୀୟା ଅତିଥି ଭାବେ ବିଶିଷ୍ଟ ସମାଜସେବୀ ନମ୍ରତା ଚଢା, ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସେହିଭଳି ବିଶିଷ୍ଟ ଆଇନଜୀବୀ ପ୍ରବୀର କୁମାର ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।