ରଥଯାତ୍ରା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ

ରଥଯାତ୍ରା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ

ଭୁବନେଶ୍ବର,୯/୭ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ । ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରରେ ପଶିଲେ ୪ ଯୁବକ । ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ମନ୍ଦିର ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଉପରେ ଚଢି ଭିତରକୁ ଯାଉଥିବା ନେଇ ଦେଖାଯାଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷାା ପାଇଁ ମାଳ ମାଳ ସୁରକ୍ଷାକର୍ମୀ ରହିଥିବା ବେଳେ ଏହା କିପରି ସମ୍ଭବ ହେଲା ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ତେବେ ଏହି ଭିଡିଓ ନିଳାଦ୍ରୀବିଜେ ଦିନର ବୋଲି କୁହାଯାଉଛି । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଠାରେ ଗଦା ହୋଇଥିବା ଅଳିଆ ଗଦା ଉପରେ ଚଢି ମେଘନାଦ ପାଚେରୀ ଉପରେ ଚଢି ୪ ଜଣ ଯୁବକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେବେ ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀ ଏହା ଦେଖି ଚୁପ ରହିଲେ ନା ଦେଖିନାହାନ୍ତି ସେନେଇ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିବା ଗୁଇନ୍ଦା ବିଭାଗ ତରଫରୁ ସତର୍କ କରାଯାଇଥିବା ବେଳେ ଏପଟେ ଏହି ଦୃଶ୍ୟ ଅନେକ କିଛି କହୁଥିବା ଭଳି ମନେ ହେଉଛି ।