ନୁଆଁ ଖାଇଲେ ମୁଖ୍ୟମନ୍ତ୍ରୀ , ସମଲେଶ୍ୱରୀ ମନ୍ଦିରରେ ଇଷ୍ଟ ଦେବୀ ସମଲେଶ୍ୱରୀଙ୍କୁ ଦର୍ଶନ କଲେ

ନୁଆଁ ଖାଇଲେ ମୁଖ୍ୟମନ୍ତ୍ରୀ , ସମଲେଶ୍ୱରୀ ମନ୍ଦିରରେ ଇଷ୍ଟ ଦେବୀ ସମଲେଶ୍ୱରୀଙ୍କୁ ଦର୍ଶନ କଲେ

ସମ୍ବଲପୁର , ୯/୯ : ନୁଆଁ ଖାଇଲେ ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ସମଲେଶ୍ୱରୀ ମନ୍ଦିରରେ ଇଷ୍ଟ ଦେବୀ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ମନ୍ଦିର ପରିସରରେ ସପତ୍ନୀକ ନୁଆଁ ଖାଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତି ରାଜ ମନ୍ତ୍ରୀ ରବି ନାଏକ, ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ବରିଷ୍ଠ ବିଜେପି ନେତା ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l ଏହା ସହ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର,ଏସପି ମୁକେଶ ଭାମୁଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ l

ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଖାଣ୍ଟି ସମ୍ବଲପୁରୀ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା l ନୁଆଁଖାଇ ସରିବା ପରେ ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କୁ ନୂଆଁଖାଇର ଶୁଭେତ୍ସା ଜଣେଇଥିଲେ ଓ କୃଷକମାନଙ୍କ ଉନ୍ନତି କାମନା କରିଥିଲେ l ଏହାପରେ ସେ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟପେୟର ବେସ ପ୍ରଶଂସା କରିଥିଲେ l

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୁଆଁଖାଇର ଶୁଭେତ୍ସା ଜଣାଇବା ସହ କୃଷକମାନଙ୍କ ପାଇଁ ସିଏମ କିଷାନ ସହାୟତା ଯୋଜନା ବହୁ ସହାୟକ ହେବ କହିଛନ୍ତି l ଏହାସହ କେନ୍ଦ୍ରମନ୍ତ୍ରୀ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟର ପ୍ରଶଂସା କରିଥିଲେ l