ଖୁଣ୍ଟା ବ୍ଲକ କୁଡୁମୀ ସମାଜ ପକ୍ଷରୁ କଳା ଦିବସ ପାଳିତ

ଖୁଣ୍ଟା, ୬/୯ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବଡ଼ଫେଣୀ ପଞ୍ଚାୟତ ର ବଡ଼ଫେଣୀ କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ କୁଡ଼ୁମି ସମାଜ ପକ୍ଷରୁ କଳା ଦିବସ ପାଳନ କରାଯାଇଛି । ବ୍ଲକ ସଭାପତି ଭୀମ ଚରଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ କୁଡୁମି ସମାଜର ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତ , ସମ୍ମାନୀୟ ଅତିଥିଭାବେ କପ୍ତିପଦା ଉପଖଣ୍ଡ ସଭାପତି ରତିକାନ୍ତ ମହାନ୍ତ, ଉପସଭାପତି ପ୍ରମୋଦ ମହାନ୍ତ, ସମ୍ପାଦକ ଭବାନି ଶଙ୍କର ମହାନ୍ତ, ସର୍ବେଶ୍ୱର ମହାନ୍ତ, ମହିଳା ମୋର୍ଚ୍ଚା ତରଫରୁ ଜୁଲି ମହାନ୍ତ, ଅନିତା ମହାନ୍ତ ହେମଳତା ମହାନ୍ତ ଜୟନ୍ତୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।
ବୈଠକରେ ଉପସ୍ଥିତ ଥିବା ମହିଳା ପୁରୁଷ ମୁଣ୍ଡରେ କଳା ପଟି ପିନ୍ଧି କଳା ପତକା ପ୍ରଦର୍ଶନ କରି ଏହି କଳା ଦିବସକୁ ପାଳନ କରିଥିଲେ । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ,୧୯୫୦ ମସିହା ସେପ୍ଟେମ୍ବର ଏହି ଦିନରେ ବିନା କୌଣସି ସରକାରୀ ବିଜ୍ଞପ୍ତି ରେ, କୁଡୁମି ସମ୍ପ୍ରଦାୟକୁ ଏସ ଟି ତାଲିକାରୁ ବାଦ କରାଯାଇଥିଲା । ଫଳରେ ଏହି ସଂପ୍ରଦାୟର ଲୋକଙ୍କୁ ନିଜ ସ୍ୱମ୍ବିଧାନିକ ଅଧିକାରରୁ ବଞ୍ଚିତ ହେବାକୁ ପଡିଥିଲା। ସରକାରଙ୍କ ଏହି ଜାତି ପ୍ରତି ବୈମାତୃକ ମନଭାବ କୁ ବିରୋଧ କରି ଦୀର୍ଘ ବର୍ଷ ଧରି ନିଜର ସ୍ବମ୍ବିଧାନିକ ଅଧିକାର ହାସଲ ପାଇଁ ଶାନ୍ତି ପୂର୍ଣ ଭାବେ ଆନ୍ଦୋଳନ କରି ଆସିବା ସହ ପୁନର୍ବାର ଏହି ଜାତି କୁ ଏସ ଟି ତାଲିକରେ ସାମିଲ କରାଯାଉ ବୋଲି ଦାବି କରିଆସିଛନ୍ତି । ମାତ୍ର ଅଦ୍ୟାବଧି ସରକାର କୁଡ଼ମୀସମାଜ ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଛନ୍ତି ବେଲି ଅଭିଯୋଗ କରିଥିଲେ ନେତୃଗଣ ।
ଏହି ଅବସରରେ ସରକାର ଭଦ୍ରବ ମାସ ଏକାଦଶୀ ଦିନ ଟିକୁ ଛୁଟି ଘୋଷଣା କରିବା, କୁଡୁମି ଜାତିକୁ ପୁନଃ ଏସ ଟି ମାନ୍ୟତା ପ୍ରଦାନ ସହ କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଛେଦରେ ସାମିଲ ଆଦି ଦାବି ପୁର୍ନବାର କରାଯାଇ ଥିବା ଜିଲ୍ଲା ସଭାପତି ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି ।