ବନ୍ଧୁମିଳନ ବାହାନାରେ ବିଜେଡି ନେତାଙ୍କ ମେଳି
ଭୁବନେଶ୍ବର,୧୯/୧୨ : ଭୁବନେଶ୍ଵର ଉପକଣ୍ଠରେ ବନ୍ଧୁମିଳନ କାର୍ଯ୍ୟକ୍ରମ ନାଁରେ ଏକାଠି ହୋଇଛନ୍ତି ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା । ବିଜେଡି ନେତାମାନଙ୍କ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି କି ଏକ ନୂଆ ଆଞ୍ଚଳିକ ଦଳ ଗଢିବ ଓଡ଼ିଶାରେ । ମାତ୍ର ଏହା କେତେ ସହ ତାହା ସମୟ କହିବ । ମାତ୍ର ଆସନ୍ତାକାଲିର ଚିତ୍ର ବି ସମାନ କଥାକୁ ଦୋହରାଇଥିଲା ।
ଅର୍ଥାତ୍ କଂଗ୍ରେସରୁ ବିତାଡ଼ିତ ନେତା ମହମ୍ମଦ ମୋକିମ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଭେଟିଥିଲେ। ଫଳରେ ଏହି ଚର୍ଚ୍ଚା ଆହୁରି ସରଗରମ ହୋଇଥିଲା । କିନ୍ତୁ ମୋକିମ ଏହାକୁ ଖଣ୍ଡନ କରିବା ସହ କହିଥିଲେ କି ସେଭଳି କୌଣସି ଆଲୋଚନା ହୋଇ ନ ଥିଲା । ସାକ୍ଷାତ କେବଳ ସୌଜନ୍ୟମୂଳକ ଥିଲା। ପରେ ଶୁକ୍ରବାର ବିଜେଡିର ପରାଜିତ ଏବଂ ଅସନ୍ତୁଷ୍ଟ ନେତାଙ୍କ ଗୋଷ୍ଠୀ ବନ୍ଧୁମିଳନ ନାଁରେ ଏକାଠି ହେବାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହେଉଛି ।

Editor 


