ଡକ୍ଟରେଟ ସମ୍ମାନରେ ସମ୍ମାନିତ ହେଲେ ସୌଭାଗ୍ୟ କୁମାର ମହାପାତ୍ର

ଭୁବନେଶ୍ବର,୨୮/୬ : ଆଲେନସ୍ ଆମେରିକା ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ରେଳ ବିଭାଗରେ କାର୍ଯ୍ୟରତ ସୌଭାଗ୍ୟ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଭୁବନେଶ୍ବର ତାଜ୍ ଭିଭାନ୍ତଠାରେ ଏକ ଭବ୍ୟ ଉତ୍ସବରେ ଏହି ଉପାଧି ପ୍ରଦାନ କରାଯାଇଛି । ଏସିଆ ଓ ଆଫ୍ରିକାର ପ୍ରତିନିଧି ଡ. ଜରିଶଲଲାନୀ, ଡ.ହେନେରିକ୍ ଓ ଡ. ମୁଖାର୍ଜୀ ପ୍ରମୁଖ ଯୋଗଦେଇ ଶ୍ରୀ ମହାପାତ୍ରଙ୍କୁ ଏହି ସମ୍ମାନ ଜନକ ଡିଗ୍ରୀ ପ୍ରଦାନ କରିଛନ୍ତି। ଓଡ଼ିଶାର କଳା ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ପ୍ରୟାସ କରିବା ସହ ଆତ୍ମ ସୁରକ୍ଷା ତାଲିମ୍ ନେଇ ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ।
ଶ୍ରୀ ସୌଭାଗ୍ୟ କୁମାର ମହାପାତ୍ର ରେଳ ବିଭାଗରେ କାର୍ଯ୍ୟ କରିବା ସହିତ କରାଟେ ତାଲିମ୍ ନେଇ Black Belt ହାସଲ କରିଛନ୍ତି। ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୋଚ଼,ଗାଇତ୍ ଏବଂ ରେଫରି ଭାବରେ କାର୍ଯ୍ୟ କରିବା ସହିତ ଜାତୀୟ ସ୍ତରରେ ବହୁବାର ସମ୍ମାନୀତ ହୋଇଛନ୍ତି। National Drama Festival ରେ ୩ଥର Best Actor Award ମଧ୍ୟ ଲାଭ କରିଛନ୍ତି । ଏଥି ସହିତ ହାରମୋନିୟମ, ଗିଟାର ଏବଂ ଓଡ଼ିଶୀ ସଙ୍ଗୀତରେ ବିଷାରଦ କରିଛନ୍ତି! ବିଶ୍ଵସ୍ତରୀୟ ଶ୍ରୀଜଗନ୍ନାଥ ଚେତନାର ସମ୍ପାଦକ ଭାବରେ କାର୍ଯ୍ୟ କରି ଦୀର୍ଘ ଦିନ ଧରି ଶ୍ରୀଜଗନ୍ନାଥଙ୍କ ମହିମା ଗାଥା ପ୍ରଚାର ପ୍ରସାର କରି ଆସୁଛନ୍ତି I ଏହି ସମ୍ମାନଜନକ ଉପାଧିରେ ଭୁଷିତ ହୋଇ ସେ ଆଲେନସ୍ ଆମେରିକାନ ବିଶ୍ଵ ବିଦ୍ୟାଳୟକୁ ଧନ୍ୟବାଦ ଜଣାଇଛନ୍ତି ।