ବହୁମୁଖୀ ଶିକ୍ଷା ଦକ୍ଷତା ପାଇ ଶିକ୍ଷୟିତ୍ରୀ ଜ୍ୟୋତ୍ସାରାଣୀ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ

ଭୁବନେଶ୍ବର, ୨୮।୬ : ଝୁନଝୁନୱାଲା ନୋଡାଲ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଜ୍ୟୋତ୍ସାରାଣୀ ନାୟକଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଶିକ୍ଷା ଦକ୍ଷତା ହାସଲ କରିଥିବାରୁ ଶନିବାର ତାଜ ଭିଭାନ୍ତ ଠାରେ ଆଲେନସ ଆମେରିକାନ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ତାଙ୍କୁ ଭୂଷିତ କରାଯାଇଛି ।
ସୂଚନା ଅନୁସାରେ , ଶ୍ରୀମତୀ ନାୟକ ଶିକ୍ଷା ,ଓଡିଆ ଭାଷା , ଇଂରାଜୀ ଭାଷା ୩ଟି ବିଷୟରେ ସ୍ନାତକୋତ୍ତର କରିଛନ୍ତି। ଏଥିସହ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ହିନ୍ଦୀ ଭାଷାରେ ରତ୍ନ, ସଂସ୍କୃତ ଭାଷାରେ ମଧ୍ୟମା କରିଛନ୍ତି। ଏଥି ସହିତ ଓଡ଼ିଶୀ ସଙ୍ଗୀତ ବିଷାରଦ, ଓଡ଼ିଶୀ ନୃତ୍ୟ ବିଷାରଦ ଏବଂAssistant Yoga Training ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଏହି ବହୁମୁଖୀ ଶିକ୍ଷା ଦକ୍ଷତା ନିମିତ୍ତ ଆଜି ତାଜ ଭିଭାନ୍ତ ଠାରେ ଆଲେନସ ଆମେରିକାନ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଛି । ଏସିଆ ଓ ଆଫ୍ରିକାର ପ୍ରତିନିଧି ଡ.ଇଗ୍ନିଶ୍ ଲଲାନୀ , ଡ, ହେନେରିକ ଡ. ମଞ୍ଜୁସା ମୁଖାର୍ଜୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ନାୟକଙ୍କୁ ଏହି ସମ୍ମାନ ଜନକ ଉପାଧି ପ୍ରଦାନ କରିଥିଲେ।
ଶ୍ରୀମତୀ ନାୟକ ଶିକ୍ଷା ସଂସ୍କୃତି ଏବଂ ଓଡିଶାର ପରମ୍ପରାକୁ ସୁଦୃତ କରିବା ପାଇଁ ଶତ ଚେଷ୍ଟିତ । ତାଙ୍କର ଅନବଦ୍ୟ ସୃଷ୍ଟି କବିତା ପୁସ୍ତକ ' ତୁମପାଇଁ' "ସ୍ୱଚ୍ଛ ଭାରତ ସୁସ୍ଥ ଭାରତ " ଏବଂ "ଆସ ଆମେ ନୂଆ କଥା ଶିଖିବା" ପୁସ୍ତକ ପାଠକଙ୍କ ଠାରୁ ଖୁବ ଆଦୃତ ଲାଭ କରିଛି । ନୃତ୍ୟ, ସଙ୍ଗୀତ, ଯୋଗ, ଏବଂ ଶ୍ରୀମଦ୍ ଭଗବତ ଗୀତାର ପ୍ରଚାର ପ୍ରସାର କରି ଆଜିର ଯୁବପିଢୀଙ୍କୁ ଆଧ୍ୟାତ୍ମିକ ଭାବ ସହ ଯୋଡ଼ିବା ପାଇଁ ଆପ୍ରାଣ ଉଦ୍ୟମ କରି ଆସୁଛନ୍ତି । ଏପରି ଏକ ଅପୂର୍ବ ଭଦ୍ୟ ଲଗ୍ନ ବଡ଼ଠାକୁରଙ୍କ ବଡ଼ ଯାତ ଶ୍ରୀଗୁଣ୍ଡିଚା ଯାତ ଅବସରରେ ଏହି ସମ୍ମାନରେ ସମ୍ମାନିତ ହୋଇ ମହାପ୍ରଭୁଙ୍କୁ ଶତ ଶତ ପ୍ରଣାମ ସେ ଜଣାଇଛନ୍ତି।