ଖଲ୍ଲିକୋଟ ବଡ଼ଘାଟିରେ ଓଲଟିଲା ଆମ୍ବୁଲାନ୍ସ, ୪ଗୁରୁତର
ଗଂଜାମ,୪/୧୦ : ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡ଼ଘାଟିରେ ଆଜି ଶବ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଓଲଟି ପଡ଼ିଛି । ଫଳରେ ୪ ଜଣ ଗୁରୁତର ହୋଇପଡ଼ିଛନ୍ତି।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲା ଇଲାକା ସାହାବାଦ ଅଞ୍ଚଳର ଅମିତ ଖେରୁଆରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରବର୍ଗ ଶବକୁ ନେଇ ଚେନ୍ନାଇରୁ ଫେରୁଥିଲେ। ଏହି ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖଲ୍ଲିକୋଟ ଅଗ୍ନିଶମବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲା। ୩ ଜଣ ଆହତ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଜଣକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Editor 


