କାନାଡ଼ାରେ ଓଡ଼ିଆ ଭାଷାର ପଞ୍ଜିକରଣ ଏବଂ ଶିକ୍ଷା ଆରମ୍ଭ

କାନାଡ଼ା, ୧୮/୧୧ : ବିଦେଶ ମାଟିରେ ଆଜି ଓଡ଼ିଆ ଭାଷାକୁ ମିଳିଛି ପ୍ରାଧାନ୍ୟ । ଏଣିକି ପ୍ରବାସୀ ଓଡ଼ିଆ ଭାରତ ବାହାରେ ଥାଇ ବି ପାଇବେ ଓଡ଼ିଆ ପଢିବାର ସୁଯୋଗ । ସାତ ସମୁଦ୍ର ତେର ନଈ ପାରିରେ ଆଜିଠୁ ଶୁଭିବ ଓଡ଼ିଆ ଭାଷା । ସଭିଏଁ କହିବେ ସଭିଏଁ ପଢିବେ ସଭିଏଁ ଲେଖିବେ ଓଡ଼ିଆ ।
ସୁଦୂର କାନାଡ଼ାରେ ଆମ ଭାଷା କହିବ ଆମେ କେଡେ ବଢିଆ । Toronto District School ବୋର୍ଡ଼ (TDSB) Toronto ସ୍କୁଲରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି ଦେଇଛନ୍ତି । ପୂର୍ବରୁ ହିନ୍ଦୀ ଭାଷା ପରି ଅନ୍ୟ କିଛି ଭାରତୀୟ ଭାଷା ଶିକ୍ଷାର ଅନୁମତି TDSB ଦେଇଥିଲାବେଳେ ଓଡ଼ିଆ ଭାଷା ଶିକ୍ଷାର ଅନୁମତି ମିଳିବା କ୍ୟାନାଡାରେ ଏହା ପ୍ରଥମ ।
ଏହି ସଫଳତା ପଛରେ ବିଶେଷ ଅବଦାନ ପ୍ରବାସୀ ଭାରତୀୟ ଅମଳେନ୍ଦୁ ଦାସଙ୍କର ରହିଛି, ଯିଏ କି Torontoରେ ଅବସ୍ଥାପିତ । ଏହା ବ୍ୟତୀତ ଏହି ସଫଳତାକୁ ଆଗକୁ ନେବାରେ ଏବଂ ପିଲାଙ୍କ ପଞ୍ଜିକରଣ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ସତ୍ୟ ଦାସ ଏବଂ କମଳାକାନ୍ତ ବେହେରାଙ୍କ ଦ୍ୱାରା କରାଯାଇଛି । ଏହି କ୍ଲାସ ପ୍ରତି ଶନିବାର ୩ ଘଣ୍ଟା ପାଇଁ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଏହା Tam O’ Shantel Public ସ୍କୁଲରେ ଆରମ୍ଭ ହୋଇଛି ଏବଂ ପର୍ଯ୍ୟାୟ କ୍ରମେ ଏହାକୁ ବୃଦ୍ଧି କରାଯିବ ଅନ୍ୟ ବୋର୍ଡ଼ ଯଥା ଦଦଶବ ପିଲା ଏବଂ ଅନ୍ୟ ଜାଗାରେ ପ୍ରସାର କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଏଥିରେ ୨୫-୩୦ ଜଣ ପିଲାଙ୍କ ନାମ ପଞ୍ଜିକରଣ କରାଯାଇଛି । ଆଶା ଅଛି ଆଗକୁ ଓଡ଼ିଆ ଭାଷା କ୍ୟାନାଡା ମାଟିରେ ଆହୁରି ଅଗ୍ରଗଣ୍ୟ ହେବ ।