ଗ୍ୟାସ୍ ସିଲିଣ୍ଡର ବିତରକଙ୍କ ସୁରକ୍ଷା, ଅଧିକାରକୁ ନେଇ ବୈଠକ

ଗ୍ୟାସ୍ ସିଲିଣ୍ଡର ବିତରକଙ୍କ ସୁରକ୍ଷା, ଅଧିକାରକୁ ନେଇ ବୈଠକ

ରାଉରକେଲା,୨/୯ :  ରାଉରକେଲା ହିନ୍ଦ୍ ମଜଦୁର ସଭା ଆନୁକୂଲ୍ୟରେ ରବିବାର ବିଶ୍ରା ରୋଡ୍ ସ୍ଥିତ  କାର୍ଯ୍ୟାଳୟ ସମ୍ମୁଖରେ ରାଉରକେଲା ଘରୋଇ ଗ୍ୟାସ୍ ସିଲିଣ୍ଡର ବିତରକ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ଅଧିକାରକୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ  ହୋଇଯାଇଛି। ବୈଠକରେ ହିନ୍ଦ୍ ମଜଦୁର ନ ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ସଭାପତିତ୍ୱ କରିଥିଲେ। ବିଜେଡି ନଗର  ସଭାପତି ଗଗନ ପଣ୍ଡା ପୌରୋହିତ୍ୟ କରିଥିଲେ। ଦିଗମ୍ବର ମହାନ୍ତି କହିଥିଲେ ଯେ, ଦେଶର ପ୍ରତିଟି ଘର ଚୂଲି ଏବେ ଘରୋଇ ଗ୍ୟାସ୍‌ ବିନା ଜଳିବାଟା ଅସମ୍ଭବ ଏଣୁ ବର୍ତ୍ତମାନ ଦେଶର ଗୃହିଣୀ ସମାଜ ସମ୍ପୂର୍ଣ୍ଣ ଘରୋଇ ଗ୍ୟାସ୍ ଉପରେ ନିର୍ଭରଶୀଳ।

ଏମିତିରେ ଘରୋଇ ଗ୍ୟାସ୍ ବିତରକମାନେ ପ୍ରତିଟି ଘରକୁ ଗ୍ୟାସ୍ ସିଲିଣ୍ଡର ପହଞ୍ଚାଇବା କାମ ତୁଲାଉଥିବାବେଳେ ରାଉରକେଲାର ୧୭୩ଜଣ ଗ୍ୟାସ ବିତରକ କର୍ମଚାରୀ ସହରର ପ୍ରାୟ ଅଧିକାଂଶ ଘରକୁ ଗ୍ୟାସ ବିତରଣ କରିବା କାର୍ଯ୍ୟ ସୂଚାରୁ ଭାବେ ତୁଲାଉଛନ୍ତି ସହରରେ ଗ୍ୟାସ ବିତରଣ କରିବା  ସମୟରେ ଏମାନେ ଅନେକ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି  I ମାତ୍ର ପରିତାପର ବିଷୟ ଉକ୍ତ ଗ୍ୟାସ I ବିତରକଙ୍କ ମଧ୍ୟରୁ ୭୦ପ୍ରତିଶତ ବିତରକ ଏଯାଏ ଇଏସ୍‌ଆଇରେ ପଞ୍ଜୀକୃତ ହୋଇନାହାନ୍ତି। ଫଳରେ ଦୁର୍ଘଟଣାଗ୍ରସ୍ତ ହେଲେ ଏମାନଙ୍କୁ ଅନୁକମ୍ପା ସହାୟତା ମିଳୁନି । ସେହିପରି ଅସୁସ୍ଥ ହେଲେ ଛୁଟି ମିଳୁନି କି କାମରେ ନିୟୋଜିତ କରୁଥିବା କମ୍ପାନୀ ବୋନସ ଦେଉନି । ଏହାଦ୍ଵାରା ଖୁଲମଖୁଲା ଶ୍ରମିକ ସୁରକ୍ଷା ଆଇନ ଏବଂ ଇଏସ୍‌ଆଇ ଆଇନ- ୧୯୪୮ର ଉଲଂଘନ ହେଉଛି । ଏପରିକି ରିକି ଗ୍ୟାସ ବିତରକମାନେ ଯେଉଁସବୁ ଘରୋଇ କମ୍ପାନୀ ଅଧୀନରେ କାମ କରୁଛନ୍ତି ଉକ୍ତ କମ୍ପାନୀଗୁଡିକ ସେମାନଙ୍କୁ ସୁରକ୍ଷା କିଟ୍ ମଧ୍ୟ ପ୍ରଦାନ କରୁନାହାନ୍ତି । ଫଳରେ ସହରର ଘରୋଇ ଗ୍ୟାସ୍ କର୍ମଚାରୀମାନେ ସୁରକ୍ଷାବିହୀନ ଓ ନିଜ ଅଧିକାରରୁ ବଞ୍ଚୁତ ବଞ୍ଚୁତ ହୋଇ କାମ କରୁଛନ୍ତି ବୋଲି ମହାନ୍ତି କହିଥିଲେ ।

ସେହିପରି ଗଗନ ପଣ୍ଡା ଓ ଘରୋଇ ଗ୍ୟାସ ସିଲିଣ୍ଡର ବିତରକ କର୍ମଚାରୀମାନେ ବୈଠକରେ କହିଥିଲେ, ଆଗକୁ ଯଦି ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ସହ ଦୁର୍ଗାପୂଜା ପାଇଁ ୨୦ପ୍ରତିଶତ ବୋନସ ଘରୋଇ ଗ୍ୟାସ ବିତରକ  ମାନଙ୍କୁ ପ୍ରଦାନ କରା ନ ଯାଏ ତେବେ ସହରବ୍ୟାପୀ ଗ୍ୟାସ ସିଲିଣ୍ଡର ବିତରଣ ବ୍ୟବସ୍ଥା ଠପ୍ କରାଯିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି କହିଥିଲେ। ବୈଠକରେ ରାଉରକେଲା ଘରୋଇ ସ ସିଲିଣ୍ଡର ବିତରକ ସଂଘର ବିପିନ ବିହାରୀ ମାଝୀ, ଦିଲୀପ ଦ୍ବିବେଦୀ, କାର୍ଭିକ ବାଗ, ଶରତ ଚନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ନାୟକ, ଅଜିତ ଦାସ, ପ୍ରଫୁଲ୍ଲ ଜେନା, ଅଜୟ ବେହେରା, ତ୍ରିଲୋଚନ ଭୂୟାଁ, ଯୁଗଳ ବହେରା, ପ୍ରାଣଧନ ମହାନ୍ତି, ମହେନ୍ଦ୍ର ବାଗ ଏବଂ ଏବଂ ମିନାକ୍ଷୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରାଉରକେଲା ଶିଳ୍ପାଞ୍ଚଳ ମଜଦୁର କାର୍ଯ୍ୟକାରୀ କମିଟି ସଭ୍ୟ ଅଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।