ଜଙ୍ଗଲ ଭିତରୁ ୩ଟି ହାତୀର ମୃତଦେହ ଠାବ

ସମ୍ବଲପୁର, ୧୮/୧୧ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ବୁରୋମାଲ ଜଙ୍ଗଲ ଭିତରୁ ୩ଟି ହାତୀର ମୃତଦେହ ଠାବ ହୋଇଛି l ସେମାନଙ୍କ ମଧ୍ୟରେ ୨ ଟି ବଡ଼ ହାତୀ ଥିବାବେଳେ ଗୋଟିଏ ଛୁଆ ହାତୀ ଥିବା ଜଣାପଡ଼ିଛି l
ସୂଚନା ଅନୁସାରେ ବିଦ୍ୟୁତ ଆଘାତରୁ ହାତୀମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି l ସ୍ଥାନୀୟ ଲୋକ ହାତୀ ମୃତଦେହକୁ ଦେଖିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ l ଖବରପାଇ ଘଟଣାସ୍ଥଳକୁ ରେଢ଼ାଖୋଲ ଡ଼ିଏଫଓଙ୍କ ସମେତ ବରିଷ୍ଠ ବନ ବିଭାଗୀ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l
ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ହାତୀମାନଙ୍କ ଗତିବିଧି ବାରମ୍ବାର ଲାଗି ରହିଥିବାବେଳେ ସ୍ଥାନୀୟ ଲୋକେ ଏ ନେଇ ବନ ବିଭାଗକୁ ସୂଚନା ଦେଇ ଆସୁଥିଲେ l ଏହି ଘଟଣା ପାଇଁ ବନ ବିଭାଗର ପାଟ୍ରୋଲିଂ ଟିମର କାର୍ଯ୍ୟକୁଶଳତା ଉପରେ ପ୍ରଶବାଚୀ ସୃଷ୍ଟି ହୋଇଛି l